କରୋନାରେ ଚୀନ୍‌କୁ ଟପିଲା ଭାରତ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ଚୀନ୍‌କୁ ଟପିଯାଇଛି । ଭାରତରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୮୫ ହଜାର ୯୪୦ରେ ପହଞ୍ଚିଛି । ଅପରପକ୍ଷରେ ଚୀନରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୨ ହଜାର ୯୩୩ ରହିଛି । ଯାହା ଭାରତ ଠାରୁ ତିନିଜ ହଜାର କମ୍‌ ରହିଛି । ବିଶ୍ବରରେ ସର୍ବାଧିକ କରୋନା ଆକ୍ରାନ୍ତ ମାମଲାରେ ଭାରତ ଏବେ ୧୨ତମ ସ୍ଥାନରେ ରହିଛି ।
ସ୍ବାସ୍ଥ୍ୟମନ୍ତ୍ରାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ କରୋନା ୧୦୩ଜଣଙ୍କ ଜୀବନ ନେଇଥିବାବେଳେ ୩ ହଜାର ୯୭୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮୫,୯୪୦ ରେ ପହଞ୍ଚିଛି। ଏବେ ୫୩ ହଜାର ୩୫ ଚିକିତ୍ସାଧୀନ ରହିଥିବାବେଳେ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ୩୦,୧୫୩ ଜଣ ।
ମହାରାଷ୍ଟ୍ରରେ ସ୍ଥିତି ଦିନକୁ ଦିନ ବେକାବୁ ହେବାରେ ଲାଗିଛି। ମହାରାଷ୍ଟ୍ରରେ ସର୍ବାଧିକ ୨୯ ହଜାର ୧୦୦ ଆକ୍ରାନ୍ତ ହେବା ସହ ୧୦୬୮ଜଣଙ୍କ ମୃତ୍ୟୁ ହୋଇଛି। ଗୁଜୁରାଟରେ ୬୦୬, ମଧ୍ୟପ୍ରଦେଶରେ ୨୩୯ଜଣ, ପଶ୍ଚିମବଙ୍ଗରେ ୨୨୫ ମୃତ, ରାଜସ୍ଥାନରେ ୧୨୫, ଦିଲ୍ଲୀରେ ୧୨୩ ଓ ତାମିଲନାଡୁରେ ୭୧, ଉତ୍ତରପ୍ରଦେଶରେ ୯୫, ଆନ୍ଧ୍ରପ୍ରଦେଶରେ ୪୮, ପଞ୍ଜାବରେ ୩୨, ତେଲେଙ୍ଗାନାରେ ୩୪, କର୍ଣ୍ଣାଟକରେ ୩୬, ବିହାରରେ ୭, ଜମ୍ମୁକାଶ୍ମୀରରେ ୧୧, ହରିୟାଣାରେ ୧୩, ଓଡ଼ିଶାରେ ୩, କେରଳରେ ୪, ଝାଡଖଣ୍ଡରେ ୩, ଚଣ୍ଡୀଗଡରେ ୩, ଆସାମରେ ୨, ହିମାଚଳ ପ୍ରଦେଶରେ ୩, ମେଘାଳୟ ଓ ଉତ୍ତରାଖଣ୍ଡରେ ଜଣେ ଲେଖାଏ ମୃତ୍ୟୁବରଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ