କରୋନା ଔଷଧ ଭାବି ବିଷାକ୍ତ ଆଲକୋହଲ୍‌ ପିଇ ୬୦୦ ମୃତ

ଇରାନ୍‌: ଇରାନରେ କରୋନା ଭାରଇସ୍‌ରେ ମୃତକଙ୍କ ସଂଖ୍ୟା ଏବେ ୩୦୦୦ଛୁଇଁଛି। କିନ୍ତୁ ଏଠାରେ ବିଷାକ୍ତ ଆଲକୋହଲ୍‌ ପିଇ ୬୦୦ ଜଣଙ୍କର ଜୀବନ ଚାଲିଯାଇଥିବାର ସୂଚନା ମିଳିଛି। ସେହିପରି ଏହି ବିଷାକ୍ତ ଆଲକୋହଲ୍‌ ପିଇ ୩୦୦୦ ଲୋକ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ଲୋକମାନେ କରୋନା ଭାଇରସର ଔଷଧ ଭାବି ନୀଟ୍‌ ଆଲକୋହଲ୍‌କୁ ପିଇ ଦେଇଛନ୍ତି। ଏହା ପରେ ବହୁ ସଂଖ୍ୟାରେ ଲୋକେ ରୋଗରେ ପଡିଯାଇଛନ୍ତି। ସେହିପରି ଏହି ବିଷାକ୍ତ ଆଲକୋହଲ୍‌ ପିଇଥିବା ମୃତକଙ୍କ ସଂଖ୍ୟା ଆଗକୁ ଆହୁରି ବଢିବା ନେଇ ସୂଚନା ରହିଛି। ଏହି ମାମଲାରେ କିଛି ଲୋକଙ୍କୁ ଗିରଫ ମଧ୍ୟ କରାଯାଇଛି। ଏହି ଗିରଫ ହୋଇଥିବା ଲୋକଙ୍କ ଉପରେ ଅପରାଧିକ ଗତିବିଧି ପାଇଁ ମକଦ୍ଦମା ଦାଏର କରାଯାଇଛି।
ଇରାନରେ କରୋନ ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାରୁର ଅଧିକ ରହିଛି। ଇରାନ୍‌ ସଂସଦର ୩୧ ଜଣ ଲୋକ କରୋନା ପଜିଟିଭିରେ ଆକ୍ରାନ୍ତ ହୋଇଛନ୍ତି। ସଂସଦରେ କରୋନା ମାମଲା ଆସିବା ପରେ ସଂସଦକୁ ବନ୍ଦ କରି ଦିଆଯାଇଥିଲା। କିନ୍ତୁ ମଙ୍ଗଳବାର ଦିନ ପୁଣିଥରେ ସଂସଦର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ସୂଚନାଯୋଗ୍ୟ ସାରା ବିଶ୍ବରେ କରୋନ ଆକ୍ରାନ୍ତଙ୍କସଂଖ୍ୟ ୧୪ ଲକ୍ଷରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୮୨,୦୦୦ରେ ପହଞ୍ଚିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ