କରୋନା କଟକଣା : କଳ କାରଖାନା ଓ ଆଇଟି ସଂସ୍ଥା ପାଇଁ ଜାରି ହେଲା ଗାଇଡ୍‌ଲାଇନ୍‌

ଭୁବନେଶ୍ବର : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ସତର୍କତା ଓ ସଚେତନତା ଅବଲମ୍ବନ କରାଯାଉଛି । ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଭୁବନେଶ୍ବରରୁ ଚିହ୍ନଟ ହେବା ପରେ ରାଜ୍ୟ ସରକାର ବେଶ୍‌ ସତର୍କ ହୋଇପଡିଛନ୍ତି । ସ୍କୁଲ, କଲେଜ, ମଲ୍‌ ବନ୍ଦ କରାଯିବା ସହ ଏବେ କଳ କାରଖାନା ଓ ଆଇଟି ସଂସ୍ଥା ପାଇଁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି ।
କଳ କାରଖାନାରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ କରୋନା ସଂକ୍ରମଣ ରୋକିବା ପାଇଁ ଜାରି ହେଲା ଗାଇଡ୍‌ ଲାଇନ୍‌ । ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍‌ ନିର୍ଦ୍ଦେଶକଙ୍କ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । କର୍ମଚାରୀଙ୍କ ପାଇଁ ସାବୁନ୍‌ ଓ ହ୍ୟାଣ୍ଡଓ୍ବାସ୍‌ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି । କୌଣସି କର୍ମଚାରୀ ଅସୁସ୍ଥ ଅନୁଭବ କରୁଥିଲେ ଘରେ ରହିବାକୁ ପରାମର୍ଶ । ସେହିପରି କରୋନା ଲକ୍ଷଣ ଜଣାପଡିଲେ ଆଇସୋଲେସନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି ।
ସେହିପରି କରୋନାକୁ ମୁକାବିଲା କରିବା ପାଇଁ ଆଇଟି ସଂସ୍ଥା ପାଇଁ ଗାଇଡଲାଇନ ଜାରି କରାଯାଇଛି । ଆଇଟି ସଂସ୍ଥାରେ ବିଦେଶ ଫେରନ୍ତା କର୍ମଚାରୀମାନଙ୍କୁ ରାଜ୍ୟ ସରକାରଙ୍କ ଅନଲାଇନ୍ ପୋର୍ଟାଲ www.covid19.odisha.gov.in ରେ ପଞ୍ଜୀକରଣ କରିବାକୁ ବାଧ୍ୟତାମୂଳକ କରାଯାଇଛି। କରୋନାକୁ ନେଇ ରାଜ୍ୟରେ ସମସ୍ତ ଆଇଟି କମ୍ପାନିକୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇଟି ସଂସ୍ଥା କାର୍ଯ୍ୟାଳୟ ସଫାସୁତୁରା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ କର୍ମଚାରୀଙ୍କୁ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦେବେ କମ୍ପାନି କର୍ତ୍ତୃପକ୍ଷ। ଏନେଇ ସମସ୍ତ ଆଇଟି ସଂସ୍ଥା ଏବଂ ବିଭାଗୀୟ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ