କରୋନା କବଳରେ ଚୀନ୍ : ମୃତ୍ୟୁସଂଖ୍ୟା ୧୫ ଶହ ଟପିଲା
ଚୀନ୍ : ଚୀନରେ କରୋନା ଭାଇରସ୍ ବେଶ୍ ଭୟାନକ ରୂପ ଧାରଣ କରିଛି। ଏହି ରୋଗରେ ମୃତକଙ୍କ ସଂଖ୍ୟା ୧୫ ଶହ ଟପିଯାଇଛି। ଶୁକ୍ରବାର ଦିନ ଏହି ରୋଗରେ ଚୀନ୍ରେ ୧୪୩ ଜଣଙ୍କର ମୃତ୍ୟୁ ଘଟିଛି। କରୋନା ଭାଇରସର କେନ୍ଦ୍ରସ୍ଥଳ ପାଲଟିଥିବା ହୁବେଇ ରାଜ୍ୟରେ ଏହି ସଂକ୍ରମଣ ୨୪୨୦ ଜଣଙ୍କଠାରେ ଦେଖିବାକୁ ମିଳିଛି। ଚୀନର ନ୍ୟାସନାଲ ହେଲଥ କମିଶନର ଅଧିକାରୀମାନେ କହିଛନ୍ତି, ଶୁକ୍ରବାର ହୁବେଇ ରାଜ୍ୟରେ ଏହି ରୋଗରେ ୧୩୯ ଜଣଙ୍କର ମୃତ୍ୟୁ ହୋଇଛି। ଚୀନରେ ଏବେ କରୋନା ଭାଇରସ ଯୋଗୁଁ ୬୫ ହଜାର ୫୩୫ ଜଣ ଲୋକ ଅସୁସ୍ଥ ଅଛନ୍ତି। ଚୀନ୍ର ବୁହାନ୍ରେ ନବନିର୍ମିତ ହସ୍ପିଟାଲ୍ରେ କରୋନା ଭାଇରସ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାରରେ ପହଞ୍ଚିଛି। କରୋନା ଭାଇରସ୍ ପାଇଁ ଭାରତ ପକ୍ଷରୁ ମଧ୍ୟ ଆଡ୍ଭାଇଜାରୀ ଜାରି କରିଛି।