କରୋନା ନେଲାଣି ୨୨୩୩ ଜୀବନ

ଚୀନ୍‌ : ଚୀନରେ କରୋନା ଭାଇରସର ପ୍ରଭାବ ଜାରି ରହିଛି । ଚୀନରୁ ବିଶ୍ୱର ୨୯ଟି ଦେଶକୁ ବ୍ୟାପିଥିବା କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୨୨୩୩ରେ ପହଞ୍ଚିଛି । ଏହି ମାରାତ୍ମକ ଭାଇରସ ଯୋଗୁଁ ପାଖାପାଖି ୭୬ ହଜାର ଲୋକ ଆକ୍ରାନ୍ତ ଥିବା ଜଣାପଡ଼ିଛି । ହୁବେଇ ସ୍ୱାସ୍ଥ୍ୟ କମିଶନ କହିଛନ୍ତି, ଗୁରୁବାର ରାଜ୍ୟରେ କରୋନା ଭାଇରସ ଯୋଗୁଁ ୧୧୫ ଜଣଙ୍କର ମୃତ୍ୟୁ ହୋଇଛି । ଚୀନ ବ୍ୟତୀତ ଅନ୍ୟ ଦେଶରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ହଂଗକଂଗ ଓ ଇରାନରେ ୨ ଜଣ ଲେଖାଏଁ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ, ତାଇୱାନ, ଜାପାନ, ଫିଲିପାଇନ୍ସ ଏବଂ ଫ୍ରାନ୍ସରେ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି । କରୋନାଭାଇରସ୍‌ ସଂକ୍ରମଣକୁ ରୋକିବା ଲାଗି ଚୀନ୍‌ ସରକାର କଠୋର ପଦକ୍ଷେପ ନେଇଛନ୍ତି। ହୁବେଇ ପ୍ରଦେଶର ନିୟୁତ ନିୟୁତ ଲୋକଙ୍କୁ ହୁବେଇ ବାହାରକୁ ଛଡୁନାହାନ୍ତି। ସେମାନଙ୍କୁ ଚୀନ୍‌ର ଅନ୍ୟାନ୍ୟ ପ୍ରଦେଶ ତଥା ବିଶ୍ୱର ଅନ୍ୟ କୌଣସି ଦେଶକୁ ଯିବାକୁ ଅନୁମତି ମିଳୁନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ