କରୋନା ନେଲା ଆଉ ଏକ ମୁଣ୍ଡ

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ଚିନ୍ତାଜନକ ନହେଲେ ବି ଲୋକଙ୍କୁ ଆତଙ୍କିତ କରି ରଖିଛି। କରୋନା ପୁଣି ରାଜ୍ୟରୁ ଆଉ ଏକ ମୁଣ୍ଡ ନେଇଛି । ମୃତକ ଜଣକ କଟକ ଜିଲ୍ଲାର ବୋଲି ଜଣାପଡିଛି । ମୃତକଙ୍କ ବୟସ ୭୫ ବର୍ଷ ହୋଇଥିବାବେଳେ ସେ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି ହୋଇଥିଲେ । ଗତ ୧୭ ତାରିଖ ରାତ୍ରିରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଫୁସ୍‌ଫୁସ୍‌ ସହ ଅନ୍ୟାନ୍ୟ ରୋଗରେ ପୀଡ଼ିତ ହୋଇ ଏମ୍‌ସ୍‌ରେ ଭର୍ତ୍ତି ହୋଇଥିଲେ । ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାରୁ ଦୁଇ ଜଣ ଓ ଗଞ୍ଜାମରୁ ଦୁଇଜଣ କରୋନା ଯୋଗୁଁ ମୃତ୍ୟୁବରଣ କରିଥିଲେ । ଏବେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ହୋଇଛି । ସୂଚନାଯୋଗ୍ୟରେ ରାଜ୍ୟରେ ଏବେ ସର୍ବମୋଟ ଆକ୍ରାନ୍ତ ସଂଖ୍ୟା ୯୭୮ରେ ପହଞ୍ଚିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ