କରୋନା ଭାଇରସ୍ ପାଇଁ ହ୍ରାସ ପାଇଲା କରୋନା ବିଅର୍‌ ବିକ୍ରି

ନୂଆଦିଲ୍ଲୀ : କରୋନା ଭାଇରସ ବର୍ତ୍ତମାନ ଦେଶ ବ୍ୟାପି ଏକ ଚିନ୍ତାର କାରଣ ପାଲଟିଛି। ହେଲେ ଏହି ଭାଇରସ ଯେ ବିଅର ବିକ୍ରୀ ହ୍ରାସ କରିପାରିବ ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ଭାଇରସର ମାରାତ୍ନକ ରୂପ ବିଶ୍ବରେ ପଡୁଥିବାରୁ ଏହି ନାମରେ ଥିବା ମୃଦୁ ପାନୀୟ କରୋନା ବିଅର ର ଚାହିଦା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ବିଶ୍ବ ମଦ ବଜାରରେ କରୋନା ବିଅର ଏକ ଲୋକପ୍ରିୟ ବ୍ରାଣ୍ଡ ଭାବେ ପରିଚିତ। ହେଲେ ବିଶ୍ବ ବାଣିଜ୍ୟ ପତ୍ରିକାର ରିପୋର୍ଟ ଅନୁସାରେ ବର୍ତ୍ତମାନ ଏହି ବ୍ରାଣ୍ଡର ବିଅର ବ୍ୟବହାରକାରୀମାନେ ଆଉ ଗ୍ରହଣ କରୁ ନାହାଁନ୍ତି। କରୋନା ଭାଇରସ ସହିତ ଏହି ପାନୀୟର କୌଣସି ସଂପର୍କ ନ ଥିଲେ ମଧ୍ୟ ମାନସିକ ସ୍ତରରେ ବ୍ୟବହାରକାରୀମାନେ ବ୍ୟବହାର କରିବାକୁ ଡରୁଛନ୍ତି। ଏହି କଂପାନୀର କହିବା ଅନୁସାରେ କେବଳ ନ୍ୟୁୟର୍କ ବଜାରରେ ଗତ ସପ୍ତାହରେ ପ୍ରାୟ ୮ ପ୍ରତିଶତ ବିକ୍ରି ହ୍ରାସ ପାଇଛି। ବିଶ୍ବ ବଜାରରେ କରୋନା ତୃତୀୟ ସର୍ବବୃହତ ପାନୀୟ କଂପାନୀ ଭାବେ ପ୍ରତିଷ୍ଠିତ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ