କରୋନା ଭୟ : ମାଟ୍ରିକ୍‌ ଖାତା ଦେଖା ପାଇଁ ଜାରି ହେଲା କଟକଣା

ଭୁବନେଶ୍ୱର: ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ସରିଯାଇଛି। ଏବେ ପାଳି ଖାତା ମୂଲ୍ୟାୟନର। କିନ୍ତୁ କରୋନା ଯୋଗୁଁ ଏନେଇ ମଧ୍ୟ କଟକଣା ଜାରି କରାଯାଇଛି । କରୋନା ପାଇଁ ମାଟ୍ରିକ୍ ଖାତା ମୂଲ୍ୟାୟନ ବେଳେ କିପରି ସତର୍କତା ଅବଲମ୍ବନ କରିବ, ସେ ନେଇ ସବୁ ଡିଇଓ, ବିଇଓ ଓ ଚିଫ୍ ଏକ୍‌ଜାମିନରଙ୍କୁ ଭିଡିଓ କନଫରେନସିଂ ଜରିଆରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ପରୀକ୍ଷା କେନ୍ଦ୍ରରେ ଗହଳି ରୋକିବାକୁ ସବଜେକ୍ଟ ଓ୍ୱାଇଜ୍ ଖାତା ଦେଖା ହେବ। ତିନୋଟି ପର୍ଯ୍ୟାୟରେ ଖାତା ଦେଖା ହେବ ବୋଲି ନିର୍ଦ୍ଦେଶ ରହିଛି । ସକାଳ ୮ଟା ୩୦ରୁ ଅପରାହ୍ନ ୪ଟା ୩୦ ଯାଏଁ ଖାତା ଦେଖା ହେବ । ସେହିପରି ଖାତା ମୂଲ୍ୟାୟନକାରୀମାନେ ସାନିଟାଇଜର୍‌ ବ୍ୟବହାର କରିବା ସହ ନିଜ ମଧ୍ୟରେ ଦୂରତା ରକ୍ଷା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାର୍ଚ୍ଚ ୧୯ରୁ ଏପ୍ରିଲ୍‌ ୧୦ ତାରିଖ ଯାଏଁ ରାଜ୍ୟରେ ଖାତା ଦେଖା ଚାଲିବ । ରାଜ୍ୟର ୬୧ଟି ମୂଲ୍ୟାୟନ କେନ୍ଦ୍ରରେ ୧୬ ହଜାର ମୂଲ୍ୟାୟନକାରୀଏହି କାର୍ଯ୍ୟରେ ନିୟୋଜିତ ହେବେ । ରାଜ୍ୟ ସରକାର କରୋନା ନେଇ ବେଶ୍‌ କଡା ପଦକ୍ଷେପ ଗ୍ରହଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ