କରୋନା ଭୟ : ସ୍ଥଗିତ ରହିଲା ଆଇଫା ଆଓ୍ବାର୍ଡ ଉତ୍ସବ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ମଧ୍ୟପ୍ରଦେଶର ଇନ୍ଦୋର ଓ ଭୋପାଳରେ ହେବାକୁ ଥିବା ଅନ୍ତର୍ରାଷ୍ଟ୍ରୀୟ ଭାରତୀୟ ଫିଲ୍ମ ଅକାଦେମୀ ପୁରସ୍କାର (ଆଇଫା ଆଓ୍ବାର୍ଡସ୍‌)କୁ ସ୍ଥଗିତ ରଖାଯାଇଛି। ଆଇଫା ଆଓ୍ବାର୍ଡ ଉତ୍ସବ ଚଳିତ ମାସ ୧୯-୨୦ ଓ ୨୧ ହେବାକୁ ରହିଥିଲା। ଭାରତୀୟ ସିନେମା ଜଗତର ସର୍ବୋଚ୍ଚ ପ୍ରତିଷ୍ଠିତ ସମାରୋହ ଭାବେ ଆଇଫା ଆଓ୍ବାର୍ଡ ଅନନ୍ୟ। ଏହା ଦ୍ବିତୀୟ ଥର ପାଇଁ ଭାରତରେ ଆୟୋଜିତ କରାଯାଉଥିଲା।
ଚଳିତ ପୁରସ୍କାର ଉତ୍ସବକୁ ସଲମାନ୍‌ ଖାନ୍‌ ଓ ରୀତେଶ ଦେଶମୁଖ ହୋଷ୍ଟ କରିବାକୁ ଥିବାବେଳେ ଏହି ଉତ୍ସବରେ ଶାହରୁଖ ଖାନ୍‌, ହ୍ରିଥିକ୍‌ ରୋଶନ୍‌, ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡେଜ୍‌, କରୀନା କପୁର୍‌, କ୍ୟାଟ୍ରିନା କୈଫ୍‌, କାର୍ତ୍ତିକ ଆର୍ଯ୍ୟାନ୍‌ଙ୍କ ପରି ବହୁ ବଲିଉଡ୍‌ ସେଲିବ୍ରିଟିମାନେ ପରଫର୍ମାନ୍ସ କରିଥାନ୍ତେ। ଆଇଫା ଉତ୍ସବର ପ୍ରଥମ ଦିନ କାର୍ଯ୍ୟକ୍ରମ ଭୋପାଳର ଆଇଫା ଷ୍ଟାର୍ମଙ୍କ ନାମରେ ହେବ ବୋଲି ରହିଥିଲା। ସେହିପରି ଦ୍ବିତୀୟ ଓ ତୃତୀୟ ଦିନ କାର୍ଯ୍ୟକ୍ରମ ଇନ୍ଦୋରଠାରେ ହୋଇଥାନ୍ତା। ଦ୍ବିତୀୟ ଦିନ ସଙ୍ଗୀତ ଓ ତୃତୀୟ ଦିନ ଅଲଗା ଅଲଗା କ୍ୟାଟେଗୋରିର ଆଓ୍ବାର୍ଡ ଦିଆଯିବା ବୋଲି ସୂଚନା ରହିଥିଲା। ତେବେ ଖୁବ୍‌ ଶୀଘ୍ର ଏହି ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହେବା ନେଇ ନୂତନ ତାରିଖ ରିଲିଜ୍‌ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ