କରୋନା ମୁକାବିଲା ପାଇଁ ଭାରତୀୟ ସେନା ଆରମ୍ଭ କଲା ‘ଅପରସେନ ନମସ୍ତେ’ ଅଭିଯାନ

ନୂଆଦିଲ୍ଲୀ : କରୋନା ଭାଇରସ୍‌କୁ ହରାଇବା ପାଇଁ ଭାରତୀୟ ସେନା ଅପରେସନ୍‌ ନମସ୍ତେର ଆରମ୍ଭ କରିଛି। ଏହା ସମ୍ପର୍କରେ ଘୋଷଣା କରି ଆର୍ମିଚିଫ୍ ଏମଏ୍‌ ନରଓ୍ବାଣେ କହିଛନ୍ତି ଯେ, ଭାରତୀୟ ସେନା ଅତୀତରେ ସମସ୍ତ ଅଭିଯାନକୁ ସଫଳତାପୂର୍ବକ ଶେଷ କରିଛି। ସେହିପରି ଅପରେସନ୍‌ ନମେସ୍ତ ମଧ୍ୟ ସଫଳତା ପୂର୍ବକ ଶେଷ କରାଯିବ ବୋଲି କହିଛନ୍ତି ସ୍ଥଳସେନା ମୁଖ୍ୟ ନରଓ୍ବାଣେ। ଏଥିପାଇଁ ସେନା ତରଫରୁ ହେଲ୍ପ ଲାଇନ୍‌ ନମ୍ବର ଜାରି କରାଯାଇଛି ।
ସାଉଥନ୍ କମାଣ୍ଡ, ଇଷ୍ଟର୍ନ କମାଣ୍ଡ, ୱେଷ୍ଟର୍ଣ୍ଣ କମାଣ୍ଡ, ସେଣ୍ଟ୍ରାଲ କମାଣ୍ଡ, ଉତ୍ତର କମାଣ୍ଡ, ଦକ୍ଷିଣ ପଶ୍ଚିମ କମାଣ୍ଡ ଦିଲ୍ଲୀ ମୁଖ୍ୟାଳୟରେ କରୋନା ହେଲ୍ପ ସେଣ୍ଟର ନିର୍ମାଣ କରିଛି। ଶୁକ୍ରବାର ଦିନ ଏଥିପାଇଁ ନମ୍ବର ମଧ୍ୟ ଜାରି କରାଯାଇଛି। ଏହା ଜରିଆରେ କରୋନା ଭାଇରସ ଯୋଗୁଁ ହଇରାଣ ହେଉଥିବା ଲୋକଙ୍କୁ ସାହାଯ୍ୟ କରାଯିବ। ସେହିପରି ସାଧାରଣ ଲୋକଙ୍କୁ ଏହା ସମ୍ପର୍କରେ ସୂଚନା ଦିଆଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ