କରୋନା ମୁକାବିଲା ପାଇଁ ‘ରେମ୍‌ଡେସିଭିର୍‌’ କାର୍ଯ୍ୟ କରିପାରେ : ରମଣ ଗଙ୍ଗାଖେଡକର୍‌

ନୂଆଦିଲ୍ଲୀ : କରୋନା ଏବେ ମାନବ ସମାଜ ପାଇଁ ସବୁଠୁ ବଡ ସମସ୍ୟା ଭାବେ ଉଭା ହୋଇଛି । ବିଶ୍ବର ୨୧୦ଟି ଦେଶ ଏହ କରୋନା କବଳରେ କବଳିତ । ଭାରତରେ ମଧ୍ୟ ଏହା ବ୍ୟାପିବାରେ ଲାଗିଛି । ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଥିବାବେଳେ ମୃତ୍ୟୁ ହାର ମଧ୍ୟ ବଢିବାରେ ଲାଗିଛି । ଆଜି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଇଥିବା ଏକ ପ୍ରେସ୍‌ ମିଟ୍‌ରେ ଆଇସିଏମ୍‌ଆର୍‌ ନିର୍ଦ୍ଦେଶକ ରମଣ ଗଙ୍ଗାଖେଡକର ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । କରୋନା ମୁକାବିଲା ପାଇଁ ’ରେମ୍‌ଡେସିଭିର୍‌’ କାର୍ଯ୍ୟ କରିପାରେ ବୋଲି କହିଛନ୍ତି ।
ରେମ୍‌ଡେସିଭିର୍‌ ଟାବ୍‌ଲେଟ୍‌ ଇବୋଲା ରୋଗୀଙ୍କୁ ଦିଆଯାଇଥିଲା । ଇବୋଲାକୁ ପ୍ରତିହତ କରିବାରେ ରେମ୍‌ଡେସିଭିର୍‌ ଭଲ ଫଳ ଦେଖାଇଥିଲା । କରୋନା ମୁକାବିଲାରେ ଲଗାଇବାକୁ ଆମେ ପରୀକ୍ଷା ନିରୀକ୍ଷା କରୁଚୁ । ପରୀକ୍ଷାରେ ଏହା କେତେକାଂଶରେ ସଫଳ ହୋଇଛି ବୋଲି କହିଛନ୍ତି ଗଙ୍ଗାଖେଡକର । ତେବେ ଏହି ରେମ୍‌ଡେସିଭିର୍‌ ଷ୍ଟକ୍‌ ନାହିଁ ବୋଲି ସୂଚନା ଦେଇଛନ୍ତି। କୌଣସି ଫାର୍ମା କମ୍ପାନୀ ତିଆରି କଲେ ଆମେ ନେବା ପାଇଁ ବ୍ୟବସ୍ଥା କରିବୁ ବୋଲି କହିଛନ୍ତି ଗଙ୍ଗାଖେଡକର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ