କରୋନା ଯୋଗୁଁ ଭାରତରେ ପ୍ରଥମ ଡାକ୍ତରଙ୍କ ମୃତ୍ୟୁ

ଇନ୍ଦୋର: ଦେଶରେ କରୋନାର ବେଶ୍‌ ଦ୍ରୁତ ଗତିରେ ମାଡ଼ିଚାଲିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି। ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଏଠାରେ କରୋନା ସଂକ୍ରମିତରେ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଦେଶରେ କରୋନା ଜନିତ ପ୍ରଥମ ଡାକ୍ତରଙ୍କ ମୃତ୍ୟୁ ଭାବରେ ଏହି ଘଟଣାଟି ସାମ୍ନାକୁ ଆସିଛି। ଏହି ଡାକ୍ତରଙ୍କ ମୃତ୍ୟୁ ପରେ ଇନ୍ଦୋରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨ରେ ପହଞ୍ଚିଛି।
ଗତ ଦୁଇଦିନ ତଳେ ଡାକ୍ତରଙ୍କଠାରେ କରୋନା ପଜିଟିଭି ଚିହ୍ନଟ ହୋଇଥିଲା। ପ୍ରଥମେ ଗୋକୁଳାଦାସ ଓ ପରେ ସିଏଚଏଲ୍‌ରେ ତାଙ୍କ ଚିକିତ୍ସା ଜାରି ରହିଥିବାବେଳେ ତାଙ୍କୁ ଅରବିନ୍ଦୋକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ଡାକ୍ତରଙ୍କର ମୃତ୍ୟୁ ହୋଇଛି। ଇନ୍ଦୋରରେ କରୋନା ଦ୍ରୁତ ଗତିରେ ବଢି ଚାଲିଥିବାବେଳେ ସରକାରଙ୍କ ତରଫରୁ ଏହାର ମୁକାବିଲା ପାଇଁ ବହୁ ପଦକ୍ଷେପ ନିଆଯାଉଛି। ମଧ୍ୟପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୯ ରହିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୫୭୩୪ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୧୬୬ରେ ପହଞ୍ଚିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ