କରୋନା ଯୋଗୁଁ ମୃତ୍ୟୁବରଣ କଲେ ଗୁଜୁରାଟ କଂଗ୍ରେସର ବରିଷ୍ଠ ନେତା ବଦରୁଦ୍ଦିନ୍‌ ଶେଖ୍

‌ଅହମ୍ମଦାବାଦ :ଗୁଜୁରାଟ କଂଗ୍ରେସର ବରିଷ୍ଠ ନେତା ତଥା ଅହମ୍ମଦାବାଦ ନଗର ନିଗମର ପାର୍ଷଦ ବଦରୁଦ୍ଦିନ ଶେଖ୍‌ଙ୍କ ଗତକାଲି ରାତ୍ରିରେ ପରଲୋକ ହୋଇଛି । ବଦରୁଦ୍ଦିନ କରୋନାରେ ସଂକ୍ରମିତ ହୋଇଥିଲେ । ଏସ୍‌ବିପି ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । କଂଗ୍ରେସ ଦଳର ବରିଷ୍ଠ ନେତା ଶକ୍ତି ସିଂ ଗୋହିଲ୍‌ ଏ ସମ୍ପର୍କରେ ଟୁଇଟ୍‌ କରି ସୂଚନା ଦେଇଛନ୍ତି । ବଦରୁଦ୍ଦିନ୍‌ କଂଗ୍ରେସ ପରିବାରର ଜଣେ ବରିଷ୍ଠ ସଭ୍ୟ ଥିବାବେଳେ ୪୦ ବର୍ଷ ଧରି ଦଳ ସହ ଜଡିତ ରହିଥିଲେ । ବଦରୁଦ୍ଦିନ୍‌ ଶେଖ ବେହରାମପୁରାରୁ କଂଗ୍ରେସ ପାର୍ଷଦ ଥିଲେ । ଅପ୍ରେଲ୍‌ ୧୫ ତାରିଖରେ ବଦରୁଦ୍ଦିନ୍‌ କରୋନା ସଂକ୍ରମିତ ହୋଇଥିଲେ ବୋଲି ସୂଚନା ମିଳିଥିଲା । ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ୮ ଦିନ ଧରି ଚିକିତ୍ସିତ ହେଉଥିବାବେଳେ ଗତକାଲି ରାତ୍ରିରେ ତାଙ୍କର ମୃତ୍ୟୁ ଘଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ