କରୋନା ଯୋଦ୍ଧାର ସାରଥୀ କନ୍ଧମାଳର ୟୁଥ୍ ଫର ଚେଞ୍ଜ୍, ବୁଲା ଗାଈଗୋରୁ ଓ କୁକୁରଙ୍କୁ ଆହାର, ଅସହାୟଙ୍କୁ ରକ୍ତଦାନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ଦାନ କମ ପ୍ରଚାର ବେଶୀ। କରୋନା ଲକ୍ ଡାଉନ ସମୟରେ ଏମିତି ଦେଖିବାକୁ ମିଳୁଛି। ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ ନିଜକୁ ଦାତା ଓ ସମାଜସେବୀ କହି ସୋସିଆଲ ମିଡିଓ ଓ ଗଣମାଧ୍ୟମରେ ପ୍ରଚାର ଚଳାଇଛନ୍ତି। ହେଲେ କନ୍ଧମାଳର ୟୁଥ୍ ଫର ଚେଞ୍ଜ ନାମକ ଏକ ସଂଗଠନ ରହିଛି ଯିଏ କି ସବୁ ସମୟରେ ଗରୀବ,ଅସହାୟଙ୍କୁ ସାହାର୍ଯ୍ୟ ଏବଂ ଭୋକିଲାଙ୍କ ମୁହଁରେ ଦାନା ଯୋଗାଇ ଦେଇ ଆସୁଛି। ସଂପ୍ରତି କରୋନା ଲକ୍ ଡାଉନ ଚାଲିଥିବା ବେଳେ ଏହି ସଂଗଠନ ଆଉ ପାଦେ ଆଗକୁ ଯାଇ ବୁଲା ଗାଈଗୋରୁ ଓ କୁକୁରଙ୍କ ମୁହଁରେ ଆହାର ଯୋଗାଉଛି। ଲକ୍ ଡାଉନ ହେବା ଦିନଠୁ ସଂଗଠନ ସାଜିଛି ଯୋଦ୍ଧାର ଅସଲ ସାରଥୀ। ସଂଗଠନ ସଭାପତି ଅମରଜ୍ୟୋତି ରାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଗରୀବ,ଅସହାୟଙ୍କୁ ସାହାଯ୍ୟ କରାଯାଉଛି। ଏମିତି କି ରନ୍ଧାଖାଦ୍ୟ ସହ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି। ସଂଗଠନର ସଦସ୍ୟମାନେ ଲୋକଙ୍କ ଘରେ ପହଞ୍ଚି ତୋରାଣି,ପରିବା ଦୋକାନରୁ ପଚା ପରିବା ଓ ଚୋପା ସଂଗ୍ରହ କରୁଛନ୍ତି। ଏସବୁକୁ ବୁଲିବୁଲି ଫୁଲବାଣୀ ସହରର ବୁଲା ଗାଈ ଗୋରୁଙ୍କୁ ଖାଇବା ଓ ପିଇବାକୁ ଦେଉଛନ୍ତି। ବୁଲା କୁକୁରଙ୍କୁ ବିସ୍କୁଟ ସହ ଭାତ ମଧ୍ୟ ଖାଇବାକୁ ଦେଉଛନ୍ତି।ସକାଳୁ ରାତି ୧୧ଟା ପର୍ଯ୍ୟନ୍ତ ସଂଗଠନର ସଦସ୍ୟମାନେ ବୁଲିବୁଲି ଏସବୁ କାମ କରୁଥିବା ବେଳେ କରୋନା ଭୟାବହତା ନେଇ ଲୋକଙ୍କୁ ମଧ୍ୟ ସଚେତନ କରୁଛନ୍ତି। ଅଭାବ ରକ୍ତକୁ ପୁରଣ କରିବା ନିମନ୍ତେ ରକ୍ତଦାନ କରିବାକୁ ମଧ୍ୟ ପଛାଉ ନାହାନ୍ତି। ଅସହାୟ ସମୟରେ ଖବର ପାଇଲେ ସଂଗଠନର ସଦସ୍ୟମାନେ ବ୍ଲଡବ୍ୟାଙ୍କକୁ ଯାଇ ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ଏଭଳି କାମ ପାଇଁ ସଚେତନ କରୁଛନ୍ତି। ସଂଗଠନର ଏଭଳି କାମକୁ ସବୁ ମହଲରେ ପ୍ରଶଂସା କରାଯାଉଥିବା ବେଳେ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ଜାରି ରହିବ ଏବଂ କିଏ ଅସୁବିଧା ହେଉ କି ଭୋକିଲା ଥାଉ ଜଣାଇଲେ ସାହାଯ୍ୟ କରାଯିବ ବୋଲି ସଭାପତି ଶ୍ରୀ ରାଇ କହିଛନ୍ତି।ସଂଗଠନର ସଭାପତି ଶ୍ରୀ ରାଇଙ୍କ ନେତୃତ୍ବରେ ସଦସ୍ୟ ଉପେନ୍ଦ୍ର ପଟ୍ଟନାୟକ, ସିତୁନା ମହାନ୍ତି, ସୁଶିଲ ସାହୁ,ସୁମିତ ସାଗର ସାମନ୍ତରାୟ, ବିନୋଦ ବିଶୋଇ, ଭାଗବତ ମୁଖୀ, ପ୍ରସନ୍ନ ବେହେରା, ସୁନିଲ ସାହୁ, ସୁକାନ୍ତ ବେହେରା, ଆଶିଷ ପ୍ରଧାନ, ଦିବ୍ୟଜ୍ୟୋତି ରାଇ, ଅରୁଣ ପ୍ରଧାନ, ଆଲୋକ ସେନାପତି, ଆକାଶ ସେନାପତି, ଦୀପକ ପାତ୍ର ପ୍ରମୁଖ ସେବା ମନୋବୃତ୍ତି ନେଇ ଏଭଳି ସାମାଜିକ ଓ ମାନବୀୟ କାର୍ଯ୍ୟ ଚଳାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ