କରୋନାକୁ ଦିଅଁ ଭାବେ ପୂଜା କରୁଛନ୍ତି

ଥିରୁଅନନ୍ତପୁରମ: କରୋନା ସଂକ୍ରମଣ ଭାରତରେ ତୀବ୍ର ଗତିରେ ବଢ଼ି ଚାଲିଥିବା ବେଳେ ଏହାକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ଉଦ୍ୟମ କରାଯାଉଛି । ଏହି କ୍ରମରେ କେରଳର ଜଣେ ବ୍ୟକ୍ତି କରୋନା ଭାଇରସକୁ ଦେବୀ ଭାବେ ପୂଜା କରୁଛନ୍ତି । କାଡାକଲର ଅନୀଲନ ନାମକ ଜଣେ ବ୍ୟକ୍ତି ନିଜ ଘରେ କରୋନା ଭାଇରସର ଏକ ପ୍ରତିକୃତିକୁ ରଖି ତାର ଦୈନନ୍ଦିନ ପୂଜା କରୁଛନ୍ତି । ସେ ସୋସିଆଲ ମିଡିଆରେ ଏହାର ଫଟୋ ବି ଛାଡ଼ିଛନ୍ତି । ତାଙ୍କର ଏଭଳି ପଦକ୍ଷେପକୁ ଅନେକ ସମାଲୋଚନା କରୁଛନ୍ତି । କିଛି ଲୋକ ଏହାକୁ ତାଙ୍କର ଅନ୍ଧବିଶ୍ୱାସ ବୋଲି ଆଖ୍ୟା ଦେଇଥିବା ବେଳେ ଆଉକିଛି ଲୋକ ଲୋକପି୍ରୟ ହେବା ପାଇଁ ତାଙ୍କର ଏକ ଉଦ୍ୟମ ବୋଲି ମତ ଦେଉଛନ୍ତି । କିନ୍ତୁ ଏଭଳି ସମାଲୋଚନା ସତ୍ତ୍ୱେ ଅନୀଲନ କରୋନାର ପୂଜା ବନ୍ଦ କରୁନାହାନ୍ତି । ବରଂ ସେ କହିଛନ୍ତି ଯେ ହିନ୍ଦୁ ଧର୍ମରେ ୩୩ କୋଟି ଦେବାଦେବୀଙ୍କ କଥା ଉଲ୍ଲେଖ କରାଯାଇଛି । ସେ ଯଦି କରୋନା ଭାଇରସକୁ ଦେବୀ ଭାବେ ପୂଜା କରୁଛନ୍ତି, ତାହା ହେଲେ ଏହା ତାଙ୍କର ସାମ୍ବିଧାନିକ ଅଧିକାର ଅଟେ । କରୋନାର ପୂଜା କରି ସେ ଭାଇରସ ସହିତ ମୁକାବିଲା କରୁଥିବା ସ୍ୱାସ୍ଥ୍ୟକର୍ମୀ, ସୁରକ୍ଷାକର୍ମୀ, ମିଡିଆ କର୍ମୀ ଏବଂ ଅନ୍ୟମାନଙ୍କର କଲ୍ୟାଣ କାମନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ