କରୋନାକୁ ନେଇ ଜିଲ୍ଲା ପରିଷଦ ବୈଠକ 

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ କରୋନାର ଦୃଢ ମୁକାବିଲା କରିବାକୁ ଯେ କୌଣସି ପଦକ୍ଷେପ ଗ୍ରହଣ କରିବାରେ ପ୍ରଶାସନ ପଛଘୁଞ୍ଚା ଦେବ ନାହିଁ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରକାଶ କରିଛନ୍ତି .  । ଭିଡିଓ କନଫରେନ୍ସିଂ ମାଧ୍ୟମରେ କରୋନାର ଉପଯୁକ୍ତ ମୁକାବିଲା କରିବାକୁ ଜିଲ୍ଲା ପରିଷଦ ବୈଠକ ଆହୁତ ହୋଇଥିଲା , ।  ଜିଲ୍ଲାକୁ ବିଦେଶରୁ ଫେରୁଥିବା ଯେ କୌଣସି ବ୍ୟକ୍ତିଙ୍କୁ ତୁରନ୍ତ ନାମ ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି  । ଅବମାନନା କଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ  । ସେହିପରି ଅନ୍ୟାନ୍ୟ ରାଜ୍ୟରୁ ଗଞ୍ଜାମକୁ ଫେରୁଥିବା ବ୍ୟକ୍ତି ପରିବାର ମଧ୍ୟରେ ଆବଦ୍ଧ ରହିବା ସହିତ ଅନ୍ୟ ସଦସ୍ୟ ମାନଙ୍କ ଠାରୁ ଦୂରତ୍ବ ବଜାୟ ରଖିବେ .  । କୌଣସି ବ୍ୟକ୍ତି କୁ ଥଣ୍ଡା., କାଶ କିମ୍ବା ଜ୍ବର ହେଲେ ତୁରନ୍ତ ସରକାରୀ ଡାକ୍ତରଖାନାକୁ ଯିବାପାଇଁ କୁହାଯାଇଛି  । ସହରାଞ୍ଚଳ ବ୍ୟକ୍ତି ବିଶେଷ ଯେଉଁ ମାନଙ୍କର ନିଃସଙ୍ଗ ଆବଦ୍ଧ ମଧ୍ୟରେ ରହିବାପାଇଁ ଘରେ ସୁବିଧା ନାହିଁ ସେମାନେ ପ୍ରଶାସନର ସହାୟତା ନେଇ ଯେ କୌଣସି ଲଜିଂ ରେ ରହିପାରିବେ  । ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ଏବଂ ୧୦ ବର୍ଷରୁ କମ୍ ଛୋଟପିଲା ଘରୁ ବାହାରକୁ ନ ବାହାରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି  । ଅଙ୍ଗନଓ୍ବାଡି କର୍ମିୀମାନେ ଘରଘର ବୁଲି ସଂପୃକ୍ତ ଛୋଟ ପିଲାମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବେ  । ପ୍ରତ୍ୟେକ ଗ୍ରାମରେ ସାମୟିକ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟ କରିବ  । ସେଠାରେ ବିଦ୍ୟୁତ୍, ପାନୀୟଜଳ ଓ ଶୌଚାଳୟ ସୁନିଶ୍ଚିତ କରାଯିବ  । ପାଇପ୍ ଜଳ, ନଳକୂପ ଜଳ କିମ୍ବା ଟ୍ୟାଙ୍କର ଦ୍ବାରା ଯୋଗାଇ ଦିଆଯାଉଥିବା ଜଳକୁ ବ୍ୟବହାର କରିବାପାଇଁ କୁହାଯାଇଛି  । ଗଡିଆ ପୋଖରୀରେ ଗାଧୋଇବା ମନା କରାଯିବା ସହିତ ଏହାର ଜଳକୁ ଘରୋଇ ବ୍ୟବହାର କରିବାକୁ ନିଷେଧ କରାଯାଇଛି  । ସାତ ଜଣରୁ ଅଧିକ ଲୋକ ଏକତ୍ରୀତ ହେଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  । ରାସ୍ତା କଡର ସବୁ ଦୋକାନ ବନ୍ଦ କରାଯିବା ସହିତ ପାନ ଗୁଟଖା ବିକ୍ରୟ ସମ୍ପୂର୍ଣ୍ଣ  ନିଷେଧ କରାଯାଇଛି  । ତାରାତାରିଣୀ ମନ୍ଦିରର ସେବାୟତ ମାନଙ୍କୁ କରୋନା କାର୍ଯ୍ୟକ୍ରମରେ ସହଯୋଗ ପାଇଁ ଜିଲ୍ଲାପାଳ ତାରିଫ୍ କରିବା ସହିତ କୌଣସି ଧର୍ମାଳୟକୁ ଜନସାଧାରଣଙ୍କ ଯାତାୟତ ଉପରେ ପ୍ରତିବନ୍ଧକ ଲଗାଯାଇଛି  । ସଭା, ଶୋଭାଯାତ୍ରା ଏବଂ ଧର୍ମୀୟ କାର୍ଯ୍ୟକ୍ରମ କରାଯାଇ ପାରିବ ନାହିଁ  । ସରକାରଙ୍କ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକ୍ରମ ଉପରେ ଅଧିକ ଧ୍ୟାନ ଦିଆଯିବ  । କରୋନା ପାଇଁ ଡାକ୍ତରୀ ପରାମର୍ଶ ବ୍ୟତୀତ ଅନ୍ୟ କୌଣସି ଗୁଜବ ପ୍ରରୋଚିତ ବ୍ୟବସ୍ଥାକୁ ଜିଲ୍ଲାପାଳ ବାରଣ କରିଛନ୍ତି .  । ନିଜେ ନିଜର ଉପଯୁକ୍ତ ସହଯୋଗୀ ଏବଂ ନିଜ ଘର ସର୍ବ ନିରାପଦ ରହଣୀସ୍ଥଳ ବୋଲି ଜିଲ୍ଲାପାଳ ଉଦ୍ ଘୋଷଣା କରିଛନ୍ତି  । ଜିଲ୍ଲାପରିଷଦ ଅଧ୍ୟକ୍ଷା ସୋନମ୍ ପଲେଇ, ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଆର୍. ଜଗଦୀଶ ପଟ୍ଟନାୟକ ଓ ଅନ୍ୟାନ୍ୟ ପଦସ୍ଥ ଅଧିକାରୀ ମାନେ ଯୋଗ ଦେଇଥିଲେ  । ବିଭିନ୍ନ ବ୍ଳକ୍ ରେ ଜନ ପ୍ରତିନିଧି ଓ ସ୍ଥାନୀୟ ଅଧିକାରୀ ମାନେ ଏହି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ  ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ