କରୋନାକୁ ନେଇ ପଂଚାୟତ ପ୍ରତିନିଧିଙ୍କ ସହ ଉପଜିଲ୍ଲାପାଳଙ୍କ ଆଲୋଚନା
ହିଞ୍ଜିଳିକାଟୁ, (ୱାଇଏନଏସ):ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି । ଏହାର ମୁକାବିଲା ସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମ ପ୍ରଂଶସନୀୟ । ରାଜ୍ୟରେ ଅକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାର ମୁକାବିଲା ସକାଶେ ରାଜ୍ୟ ସମେତ ବହୁ ଜିଲ୍ଲା ପ୍ରଶାସନିକ ଅଧିକାରୀ ଲାଗି ପଡ଼ିଛନ୍ତି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଉପ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ହିଞ୍ଜିଳି ବ୍ଳକ ଗ୍ରସ୍ତ କରି ବିଭିନ୍ନ ପଂଚାୟତ ବୁଲି ଜନପ୍ରତିନିଧି ମାନଙ୍କ ସହ ଏ ନେଇ ଆଲୋଚନା କରିବା ସହ କରୋନାର ସମୀକ୍ଷା କରି ଫେରିଛନ୍ତି । ଶନିବାର ଉପଜିଲ୍ଲାପାଳ ସ୍ଥାନୀୟ ବ୍ଳକର ପୁଟିଆପଦର, ନନ୍ଦିକ, ରାଳବ, ସିକିରି, ଖରିଡ଼ା, ଦୁର୍ବନ୍ଧ, ଦୟାପଲ୍ଲୀ, କଂଚୁରୁ, ଦାରୁଭଦ୍ରା,ଶାସନଆମ୍ବଗାଁ ପଂଚାୟତରେ ପଂହଚି ସଂପୃକ୍ତ ପଂଚାୟତର ସରପଂଚ, ସମିତିସଭ୍ୟ/ସଭ୍ୟା ମାନଙ୍କ ସହ କରୋନା ସମ୍ବନ୍ଧୀୟ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କନିର୍ଦ୍ଦେଶ ମୁତାବକ ପ୍ରତି ପଂଚାୟତରେ ନିର୍ମାଣ କରାଯାଇଥିବା ସଙ୍ଗରୋଧ କେନ୍ଦ୍ର ଗୁଡ଼ିକ ବୁଲି ଦେଖିବା ସହ ସଙ୍ଗରୋଧ କେନ୍ଦ୍ରରେ ଅବସ୍ଥାପାପିତ ପ୍ରବାସୀ ମାନଙ୍କ ଅଭାବ, ଅସୁବିଧା ସମ୍ପର୍କରେ ପଚାରି ବୁଝଇଥିଲେ । ପରେ ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟରେ ପଂହଚି ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ସହ କରୋନାର ମୁକାବିଲା ସକାଶେ ଆଲୋଚନା କରିଥିଲେ । ଉପଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ସଂପୃକ୍ତ ପଂଚାୟତର ସରପଂଚ, ସମିତିସଭ୍ୟ, ଜନ ପ୍ରତିନିଧିଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।