କରୋନାକୁ ନେଇ ପୁଣି ବାଜିଲା ସର୍ତକ ଘଣ୍ଟି : ଟେଷ୍ଟିଂ ସହ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, (ୱାଇଏନ୍ଏସ୍) :କରୋନାକୁ ନେଇ ପୁଣି ବାଜିଲା ସର୍ତକ ଘଣ୍ଟି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଙ୍କୁ ଚିଠି ଲେଖି ସର୍ତକ ରହିବାକୁ କହିଛନ୍ତି । ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ଅତିରିକ୍ତ ମୁଖ୍ୟ ସଚିବ, ପ୍ରଧାନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ଲେଖାଯାଇଥିବା ଚିଠିରେ ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ୫ଟି କଥା ଉପରେ ଧ୍ୟାନ ଦେବାକୁ କହିଛନ୍ତି । ଟେଷ୍ଟି, ଟ୍ରାକିଂ, ଟ୍ରିଟମେଂଟ, ଟିକାକରଣ ଓ କୋଭିଡ ନିୟମ ମାନି ଚଳିବା ଉପରେ ଅଧିକ ଗୁରୁତ୍ୱ ଦେବାକୁ ଚିଠିରେ କୁହାଯାଇଛି । ଚିଠିରେ ଏକଥା ମଧ୍ୟ କୁହାଯାଇଛି ଯେ “ନ୍ୟାଶନାଲ ସେଂଟର ଫର ଡିଜିଜି କଂଟ୍ରୋଲ” ଜାରି କରିଥିବା ପ୍ରୋଟକଲ ଅନୁଯାୟୀ “ଆଇଏନଏସଓଜି”କୁ ଯଥେଷ୍ଟ ସଂଖ୍ୟକ ନମୁନା ପଠାଯାଇଛି ବୋଲି ରାଜ୍ୟମାନେ ସୁନିଶ୍ଚିତ କରନ୍ତୁ ଫଳରେ ଠିକ ସମୟରେ ଭ୍ୟାରିଆଂଟକୁ ଚିହ୍ନଟ କରାଯାଇପାରିବା ଏବଂ ଆଗୁଆ ସୂଚନା ଦିଆଯାଇପାରିବ । ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲୋକମାନଙ୍କୁ ମାସ୍କ ପିନ୍ଧିବାକୁ, ଗହଳି ସ୍ଥାନରୁ ଦୁରେଇ ହାତ ଧୋଇବା, ଶ୍ୱାସପ୍ରଶ୍ୱାସ ଜନିତି ରୋଗ ପ୍ରତି ସର୍ତକତା ଅବଲମ୍ବନ କରିବାକୁ କୁହାଯାଇଛି । ଚୀନ୍, ଇସ୍ରାଏଲ, ଦକ୍ଷିଣ କୋରିଆ, ହଙ୍ଗକଙ୍ଗ ଓ ସିଙ୍ଗାପୁର ପରି ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ଏବେ ଭାରତର ଚିନ୍ତା ମଧ୍ୟ ବୃଦ୍ଧି ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ