କରୋନାକୁ ନେଇ ପ୍ରଶାସନର କଡା ନଜର

ସଚେତନତା ଉପରେ ପ୍ରାଧାନ୍ୟ

ପାରାଦୀପ (ପୀତବାସ ପ୍ରଧାନ): ସଂପ୍ରତି ଦ୍ୱିତୀୟ ପର୍ଯ୍ୟାୟରେ କୋରନା ମହାମାରୀ ସଂକ୍ରମଣ ଦେଶରେ ଦୃତଗତିରେ ମାଡି ଚାଲିଛି । ଏ ପରିପ୍ରେକ୍ଷୀରେ ଜଗତ୍‌ସିଂହପୁର ଜିଲ୍ଲା ସମେତ ବନ୍ଦର ଓ ଶିଳ୍ପ ସହର ପାରାଦୀପରେ କିଛି ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଏହା ଉପରେ କଡା ନଜର ରଖାଯାଇ ସାଧାରଣରେ ସଚ୍ଚେତନତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଜିଲ୍ଲା ଓ ପୋଲିସ୍ ପ୍ରଶାସନ ପକ୍ଷରୁ ସର୍ବସାଧାରଣ ସ୍ଥାନରେ ଏକାଠି ନହେବା, ମାସ୍କ ପରିଧାନ ବାଧ୍ୟତା, ସାମାଜିକ ଦୁରତ୍ୱ ଅବଲମ୍ବନ କରିବା ଏବଂ ଆବଶ୍ୟକ ନଥିଲେ ବାହାରକୁ ନବାହାରିବା ଇତ୍ୟାଦି ଉପରେ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇ ଜନସାଧାରଣଙ୍କୁ ସଚ୍ଚେତନତା କରାଯାଉଛି । ସୂଚନା ଥାଉକି, ପ୍ରଥମ ପର୍ଯ୍ୟାୟ ମହାମାରୀ କରୋନା ସଂକ୍ରମଣ ସମୟରେ ଜିଲ୍ଲା, ପୋଲିସ୍ ଓ ପାରାଦୀପ ବନ୍ଦର ପ୍ରଶାସନର ଦୃଢ ପଦକ୍ଷେପ ଯୋଗୁଁ ଏହି ମହାମାରୀ ଦୃତ ସଂକ୍ରମଣକୁ ରୋକାଯାଇ ପାରିଥିଲା । ତେବେ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣର ଗୁରୁତ୍ୱ ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ପାରାଦୀପରେ ବନ୍ଦ ହୋଇଥିବା କୋଭିଡ୍ ଚିକିତ୍ସାଳୟକୁ ଏପ୍ରିଲ ୬ତାରିଖ ଠାରୁ ପୂନର୍ବାର ଖୋଲା ଯାଇଛି ଏବଂ ଅବଶ୍ୟକ ପଡିଲେ କୋଭିଡ୍ କେୟାର ସେଣ୍ଟରକୁ ପୂନର୍ବାର ଖୋଲାଯିବ ବୋଲି ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଡ. କାହ୍ନୁ ଚରଣ ଧିର ସୂଚନା ଦେବା ସହିତ ସମସ୍ତଙ୍କୁ ସରକାରଙ୍କ କୋଭିଡ୍‌-୧୯ ନିୟମ ପାଳନ କରି ନଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ