କରୋନା’କୁ ପ୍ରତିହତ କରିବା ସକାଶ ଶିଶୁ ମଙ୍ଗଳ କମିଟିର ପଦକ୍ଷେପ

‘ବାଲେଶ୍ୱର : ଜିଲ୍ଲା ଶିଶୁମଙ୍ଗଳ କମିଟିର ଚେୟାରମ୍ୟାନ୍ ଭାଗିରଥୀ ବାରିକଙ୍କ ଅଧ୍ୟକ୍ଷତାରେ ଶିଶୁମଙ୍ଗଳ କମିଟିର ସଦସ୍ୟ, ସଦସ୍ୟା, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ସମସ୍ତ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ‘କରୋନା’ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ଅନ୍ତେବାସୀ ଓ ଅନ୍ତେବାସିନୀମାନେ କେଉଁ କେଉଁ ଉପାୟ ଅବଲମ୍ବନ କରିବେ ତା’ର ବିସ୍ତୃତ ଆଲୋଚନା କରିବା ସହ ସ୍ୱାସ୍ଥ୍ୟବିଭାଗ, ଶିଶୁ ଯତ୍ନ ଅନୁଷ୍ଠାନର ଅଧ୍ୟକ୍ଷ ଯୁବକ ମାଝୀ ତଥା ଶିଶୁ ମଙ୍ଗଳ କମିଟିର ସଦସ୍ୟ ପଦ୍ମଲୋଚନ ଦତ୍ତ, ଆଶିଷ ଘୋଷ, ଗଣେଶ୍ୱର ରାଉତ, ସଦସ୍ୟା ଗୌରୀରାଣୀ ଉପାଧ୍ୟାୟ ଓ ଦେବାଶିଷ ବେହେରାଙ୍କୁ ନେଇ ଏକ କମିଟି ଗଠନ କରାଯାଇ ଏ ପ୍ରକାର ଜାତୀୟ ବିପତ୍ତିକୁ ସମ୍ମୁଖୀନ କରିବା ପାଇଁ ନିଷ୍ପତ୍ତି ନିଆଯାଇଅଛି । ଏହି ଅବସରରେ ସଭାରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ/ସଦସ୍ୟାମାନଙ୍କୁ ‘ମାସ୍କ’ ବିତରଣ କରାଯାଇଥିଲା । ଶେଷରେ ସଦସ୍ୟ ପଦ୍ମଲୋଚନ ଦତ୍ତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ