‘କରୋନା’କୁ ପ୍ରତିହତ ପାଇଁ ମୟୂରଭଂଜର ସମସ୍ତ ସହର ଓ ଗ୍ରାମାଞ୍ଚଳ ହାଟ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ନିର୍ଦ୍ଦେଶନାମା

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର କରୋନା ଆକ୍ରାନ୍ତ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ଜୁଲାଇ ୧୦ ତାରିଖ ସୁଦ୍ଧା ସଂକ୍ରମିତ ଙ୍କ ସଂଖ୍ୟା ୩୧୭ । ସେଥିରୁ ୨୦୦ରୁ ଊର୍ଦ୍ଧ୍ବ ସୁସ୍ଥ ହେଲେଣି । ମୟୂରଭଂଜ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଏବଂ ସର୍ବବୃହତ ଜିଲ୍ଲା । ଏହାର ଚାରିପଟେ ବଣ, ଜଙ୍ଗଲ,ନଦୀ,ନାଳ ଘେରା । ଚାରିପଟ ମେଲା । କୃଷିଭିତ୍ତିକ ଓ ଶିଳ୍ପ ବିଭିନ୍ନ ଓ ଅର୍ଥନୈତିକ ପଛୁଆ ଜିଲ୍ଲା ।ଏବେବି ବିକାଶଠାରୁ ବହୁ ଦୂରରେ ।ଏହି ଜିଲ୍ଲାର ଲୋକେ ଶିକ୍ଷାରେ ପଛୁଆ ମଧ୍ୟ ।ଶତକଡା ୭୦ ଭାଗ ଲୋକେ ଆଦିବାସୀ ଶ୍ରେଣୀର ।କରୋନା ସଚେତନତା ପ୍ରଭାବ ସେମାନଙ୍କୁ ଏପର୍ଯ୍ୟନ୍ତ ପ୍ରଭାବ ପଡି ନାହିଁ ।ମାସ୍କ,ସାନିଟାଇଜେସନ, ସାମାଜିକ ଦୂରତା ବିଷୟରେ ଅସେଚତନ । କୃଷିଭିତ୍ତିକ ଜିଲ୍ଲା ହିସାବରେ ଲୋକେ କିଣା ବିକା ପାଇଁ ସାପ୍ତାହିକ ହାଟ ଉପରେ ନିର୍ଭର କରିଥାନ୍ତି । ‘କରୋନା’ ସଂକ୍ରମଣ ପାଇଁ ସାପ୍ତାହିକ ହାଟ ହେଉଛି ପେଣ୍ଠସ୍ଥଳ । ସାପ୍ତାହିକ ହାଟକୁ ବିଭିନ୍ନ ଅଂଚଳରୁ ଲୋକେ ଆସିଥାନ୍ତି । ତେଣୁ କରୋନା ସଂକ୍ରମଣ ବ୍ୟାପକ ହେବା ସମ୍ଭାବନା ।କରୋନା ସଂକ୍ରମଣ ରୋକିବା ପାଇଁ ମୟୂରଭଂଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ କୋଭିଡ-୧୯ ରେଗୁଲେସନ ୨୦୨୦ ଅନୁଯାୟୀ ସ୍ବତନ୍ତ୍ର ଭାବେ କ୍ଷମତାପ୍ରାପ୍ତ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ବିନୀତ ଭରଦ୍ୱାଜ ଜୁଲାଇ ୧୦ ତାରିଖ ଦିନ ୧୫୫୦ ନମ୍ବର ନିର୍ଦେଶନାମା ଜାରି କରିଛନ୍ତି । ଆସନ୍ତା ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସହର ଓ ଗ୍ରାମାଞ୍ଚଳ ସାପ୍ତାହିକ ହାଟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ