କରୋନାକୁ ମାତ୍ ଦେଲେ ୮୧ ବର୍ଷର ବୃଦ୍ଧ
ରାଇକିଆ, (ୱାଇଏନ୍ ଏସ୍): କରୋନାକୁ ଜିତିଲେ ୮୧ ବର୍ଷର ବୃଦ୍ଧ। ତାଙ୍କ ନାଁ ଗୋପୀନାଥ ଡାକୁଆ। ତାଙ୍କ ଘର କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ର ଇନ୍ଦ୍ରଗଡ଼ ଗ୍ରାମ ରେ । ତାଙ୍କଠାରେ କରୋନା ଲକ୍ଷଣ ଦେଖା ଦେବା ପରେ ସେ ଜୁନ ୨୮ ତାରିଖରେ ସେ ରାଇକିଆ ସ୍ଥିତ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଥିଲା। ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଜୁଲାଇ ୪ ତାରିଖରେ ତାଙ୍କୁ ଫୁଲବାଣୀ ସ୍ଥିତ କୋଭିଡ୍ ହ ସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା କରାଯିବା ପରେ ପୁଣି ଥରେ ତାଙ୍କର ରକ୍ତ ନମୂନା ପରୀକ୍ଷା କରିବାରୁ ତାହା ନେଗେଟିଭ ଆସିଥିଲା। ଗତକାଲି ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ କୋଭିଡ୍ ହସପିଟାଲରୁ ନିଜ ଘରକୁ ଯାଇଛନ୍ତି। ଏଥି ପାଇଁ ତାଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିଛି ।