କରୋନାକୁ ରୋକିବା ପାଇଁ ଘର ଘର ବୁଲି ସର୍ବେକ୍ଷଣ ଆରମ୍ଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ପୌର ପରିଷଦର ବିଭିନ୍ନ ୱାର୍ଡରେ ଅଙ୍ଗନବାଡି କର୍ମୀ, ସ୍ୱଚ୍ଛସାଥି ଇତ୍ୟାଦି ବୁଲି ସଚେତନ ଏବଂ ସର୍ବେକ୍ଷଣ କରିଥିବା ଜଣାପଡିଛି । ଗତକାଲି ପୌରପରିଷଦର ୱାର୍ଡ ନମ୍ବର ୯,୧୦, ୧୩ ଓ ୧୪ର ବିଭିନ୍ନ ଘରକୁ ଘର ବୁଲି ଏମାନେ କରୋନା ସମ୍ପର୍କିତ ବିଭିନ୍ନ ବିଷୟରେ ସଚେତନ ଏବଂ ସର୍ବେକ୍ଷଣ କରିଛନ୍ତି । ସହରର ବିଭିନ୍ନ ୱାର୍ଡରେ ଏହା ଜାରି ରହିଛି । କେଉଁ ପରିବାରରେ କାହାକୁ କାଶ, ଜ୍ୱର, ଛିଙ୍କ ଇତ୍ୟାଦି ବେମାରୀ ରହିଛି ତାହା ଅନ୍ୱେଷ୍ୱଣ କରିବା ସହ ଯେଉଁମାନେ ସଙ୍ଗରୋଧରୁ ଫେରିଛନ୍ତି ତଥା ବାହାର ରାଜ୍ୟରୁ କେହି ଆସିଛନ୍ତି ସେହି ବିଷୟରେ ମଧ୍ୟ ସର୍ବେକ୍ଷଣ କରାଯାଇଛି । ଯଦି ସଙ୍ଗରୋଧରୁ ଫେରିଥାନ୍ତି ପୁନର୍ବାର ନିଜ ଗୃହରେ ୭ଦିନ ପର୍ଯ୍ୟନ୍ତି ସଙ୍ଗରୋଧ ଭାବେ ରହିବାପାଇଁ ଏହି କର୍ମୀମାନେ ପରାମର୍ଶ ଦେଇଛନ୍ତି । ଏହି କର୍ମୀମାନେ ବିଭିନ୍ନ ପରିବାରର ସଦସ୍ୟମାନଙ୍କର ରୋଗର ମାପକାଠି ହସ୍ତଗତ କରି ପ୍ରଶାସନକୁ ଜଣାଇବା ଦାୟୀତ୍ୱ ନେଇଛନ୍ତି । ସେହିପରି ଭାବେ ଏମାନେ କରୋନା ପାଇଁ ସାମାଜିକ ଦୂରତ୍ୱ, ମାସ୍କ ପରିଧାନ, ବାରମ୍ବାର ହାତ ଧୋଇବା ଇତ୍ୟାଦି ବିଷୟରେ ମଧ୍ୟ ସଚେତନ କରିଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ସୁପରଭାଇଜର ଲୋକେଶ୍ୱରୀ ନାୟକ, ସୁନୀତା ବେହେରା, ଜ୍ୟୋତିସ୍ମୀତା ଦାସ, ଅନ୍ନପୂର୍ଣ୍ଣା ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।


