କରୋନାକୁ ହରାଇବା ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଦୀର୍ଘ ୫ ମାସରୁ ଉର୍ଦ୍ଧ୍ବ ସମୟ ଧରି ଜିଲ୍ଲାବାସୀ ମହାମାରୀ କରୋନା ଦାଉରେ ପ୍ରଭାବିତ।ସମସ୍ତଙ୍କ ସହଯୋଗ ଯୋଗୁଁ ପ୍ରଶାସନ ଆଜି ଏହାକୁ ଦୃଢ଼ ମୁକାବିଲା କରିବାକୁ ସକ୍ଷମ ହୋଇଛି।ତଥାପି ଚଳିତ ମାସ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ।ଏଣୁ ସମସ୍ତେ ମିଳିମିଶି କାମ କଲେ ପଞ୍ଚାୟତକୁ ଜିରୋ ଆକ୍ଟିଭ କେଶ କରି କରୋନାକୁ ହରେଇବାରେ ସକ୍ଷମ ହୋଇ ପାରିବା ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ହିଞ୍ଜିଳିବ୍ଲକ ର ପଞ୍ଚାୟତ ପ୍ରତିନିଧି ମାନଙ୍କୁ ସମ୍ବୋଧିତ କରି ଆହ୍ୱାନ ଦେଇଛନ୍ତି।ସ୍ଥାନୀୟ ହିଞ୍ଜିଳି ବ୍ଲକ କାର୍ଯ୍ୟାଳୟ ଠାରେ ଗୁରୁବାର ଜିଲ୍ଲାପାଳ ପହଞ୍ଚି ଉପରୋକ୍ତ ମନ୍ତବ୍ୟ ପ୍ରକାଶ କରିବା ସହ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିଥିଲେ।ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି,ବିଡ଼ିଓ ପ୍ରସନ୍ନ କୁମାର ପାତ୍ର,ବ୍ଲକ ଅଧ୍ୟକ୍ଷ ଏନ ରଘୁନାଥ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ଜଗଦୀଶ ଷଡଙ୍ଗୀ,ଡାକ୍ତର ପ୍ରତିଭା ପାତ୍ର,ଅତିରିକ୍ତ ତହସିଲଦାର ଦେବରାଜ ପାତ୍ର ଓ ସିଡିପିଓ ଶୁଭଶ୍ରୀ ପାତ୍ର ପ୍ରମୁଖଙ୍କ ଉପସ୍ଥିତରେ ଜିଲ୍ଲାପାଳ ବିସ୍ତୃତ ଆଲୋଚନା କରିଥିଲେ।ମୁଖ୍ୟତଃ କରୋନା ହାରିବ ଗଞ୍ଜାମ ଜିତିବ ଲକ୍ଷ୍ୟ ରଖି ପ୍ରତି ପଞ୍ଚାୟତ ଯେପରି କରୋନା ରୋଗୀ ଶୁନ୍ୟ ହେବ ସେଥିପ୍ରତି ସେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ।ଏଥି ସହିତ ମନରେଗା କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରି ଲୋକଙ୍କ ଜୀବିକା ସ୍ୱାଭାବିକ କରିବା ଦିଗରେ ଦୃଷ୍ଟି ଦେବାପାଇଁ ବିଭାଗୀୟ ଅଧିକାରୀ ଏବଂ ଜନ ପ୍ରତିନିଧି ମାନଙ୍କୁ କହିଥିଲେ।ଏହି ଆଲୋଚନା ବୈଠକରେ ରଘୁନାଥ ବେହେରା, ଲଡୁ ବେହେରା ,କେ ଦୁର୍ଗା ପ୍ରସାଦ ରାଓ ,ଅଶୋକ କୁମାର ପଣ୍ଡା,ଭି ରବୀନ୍ଦ୍ର, ସୁଧାଂଶୁ ସାହୁ, କୃଷ୍ନ ପାଣିଗ୍ରାହୀ, ଏ ସୁଦର୍ଶନ, ଲକ୍ଷ୍ମଣ ଗୌଡ଼,ମନୋଜ କୁମାର ସାବତ, ଗନ୍ତାୟତ ଦଳାଇ, ରାମହରି ଶର୍ମା ଏବଂ ଦୁର୍ଗା ମାଧବ ମହାନ୍ତି ଙ୍କ ସମେତ ବହୁ ଜନ ପ୍ରତିନିଧି ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ