କରୋନାକୁ ହରାଇ କାର୍ଯ୍ୟରେ ଯୋଗ ଦେଇଛନ୍ତି ରଙ୍ଗେଇଲୁଣ୍ଡା ବିଡିଓ

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବିଡିଓ କୁମାର ନାଗଭୂଷଣ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ତେବେ ସେ କରୋନାକୁ ହରାଇ ସୁସ୍ଥ ହୋଇ ପୁଣି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହା ପରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସେ ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଟୁଇଟ୍‌ କରି ବିଡିଓଙ୍କୁ ପ୍ରଶଂସା କରିଛନ୍ତି। ଏହି ମହାମାରୀ ସମୟରେ ଦୈନିକ ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ଜୀବନ ରକ୍ଷା କରିବାରେ ଲାଗିଛନ୍ତି ତାଙ୍କ ପ୍ରତି ଓଡ଼ିଶା କୃତଜ୍ଞ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି କରୋନାରୁ ସୁସ୍ଥ ହୋଇ ପୁଣି କାର୍ଯ୍ୟରେ ଯୋଗଦେଇଥିବାରୁ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳମନ୍ତ୍ରୀ ଟୁଇଟ୍‌ କରି ତାଙ୍କୁ ସାଲୁଟ ଜଣାଇଛନ୍ତି। ବିଡିଓ ପୁନର୍ବାର କରୋନା ଯୁଦ୍ଧରେ ସାମିଲ ହୋଇଥିବାରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଡିଆରଡିଏ ପିଡି ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ