କରୋନାମୁକ୍ତ ଶ୍ୟାମସୁନ୍ଦରପୁର ପଂଚାୟତ 

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଂଚାୟତର ୨୭୧ସ୍ୱାବ ପରୀକ୍ଷା କରାଯାଇଛି । ଏହି ଅବସରରେ ଶ୍ୟାମସୁନ୍ଦରପୁର ପଂଚାୟତର ସରପଂଚ ପୁଷ୍ପଲତା ସେନାପତିଙ୍କ ନେତୃତ୍ୱରେ ଅନୁଷ୍ଠିତ ୨୭୧ସ୍ୱାବ ପରୀକ୍ଷା କରାଯାଇଥିବା ବେଳେ ସମସ୍ତ ସ୍ୱାବ ନେଗେଟିଭ ଆସିଥିବା ସରପଂଚ ଜଣାଇଛନ୍ତି । ସମ୍ପୂର୍ଣ୍ଣ ପଂଚାୟତକୁ କରୋନାମୁକ୍ତ କରାଯିବା ପାଇଁ ସରପଂଚ ଶ୍ରୀମତୀ ସେନାପତିଙ୍କ ନିଷ୍ଠା ଓ ପ୍ରଚେଷ୍ଠା ଫଳପ୍ରଦ ହୋଇଥିବା ଦେଖାଯାଇଛି । ସରପଂଚ ଶ୍ରୀମତୀ ସେନାପତି ପଂଚାୟତର ଘରକୁ ଘର ବୁଲି ଲୋକମାନଙ୍କୁ ସଚେତନ କରିବା ଫଳରେ ଏହି ସଫଳତା ମିଳିଛି । ବିଶେଷକରି କରୋନା ମହାମାରୀ ସମୟରେ ଡା.ଶ୍ରୀକାନ୍ତ ସ୍ୱାଇଁ,ଏ.ଏନ.ଏମ. ଚିନ୍ମୟୀ ସେନାପତି, ଅଙ୍ଗନୱାଡି ଓ ଆଶାକର୍ମୀ ଏବଂ ୱାର୍ଡସଭ୍ୟମାନେ ନିଜ ଜୀବନକୁ ବାଜି ଲଗାଇ ଲୋକମାନଙ୍କ ସେବା କରିଛନ୍ତି ତାହା ସାଧାରଣରେ ପ୍ରଶଂସାନୀୟ ହୋଇଛି । ସମସ୍ତଙ୍କ ସହଯୋଗ ପାଇଁ ସରପଂଚ ଶ୍ରୀମତୀ ସେନାପତି କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ