‘କରୋନା’ଯୁଦ୍ଧର ମହାନ ଯୋଦ୍ଧା ରାଇରଙ୍ଗପୁର ଉପଜିଲ୍ଲାପାଳ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅହୱାନ କ୍ରମେ ସମଗ୍ର ଭାରତବାସୀ ମହାମାରୀ ‘କରୋନା ‘ ବିରୁଦ୍ଧରେ ଏକଜୁଟ ହୋଇ ସଂଗ୍ରାମ ଜାରି ରଖିଛନ୍ତି । ଏଭଳି ମହା ସଂକଟ ପରିସ୍ଥିତିରେ ପ୍ରଶାସନିକ ଅଧିକାରୀ, ପୋଲିସ, ବିଡ଼ିଓ, ତହସିଲଦାର ଡାକ୍ତର,ନର୍ସ,ପାରା ମେଡିକାଲ,ଆଶା କର୍ମୀ , ଅଙ୍ଗନବାଡ଼ି କର୍ମୀ, ସରପଞ୍ଚ,ପିଇଓ, ଗଣମାଧ୍ୟମ ସମସ୍ତେ ନିଜର କ୍ଷମତା ପରିସରରେ ଦିର୍ଘ ୪୦ଦିନ ହେଲା ଦିନରାତି ଏକ କରି ଦେଇଛନ୍ତି ।ମାନବ ସମାଜକୁ ‘କରୋନା’ଠାରୁ ରକ୍ଷା କରିବା ପାଇଁ ଘର ଦ୍ବାର ଛାଡି ନିଜପ୍ରତି ବିପଦକୁ ପଛରେ ପକାଇ ନିଷ୍ଠାର ସହ ନିଜର କର୍ତ୍ତବ୍ୟକୁ ତୁଲାଉଛନ୍ତି । ସମସ୍ତଙ୍କର ଏକମାତ୍ର ଲକ୍ଷ୍ୟ ମହାମାରୀ ‘କରୋନା’ ହାରିବା ମାନବ ସମାଜ ଜିତିବା । ଏଭଳି ପରିସ୍ଥିତିରେ ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ୩ ମହାନ ସେନାପତି ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ରାଇରଙ୍ଗପୁର ଉପଖଣ୍ଡ ପୋଲିସ ପ୍ରଶାସକ ସ୍ନେହାଶିଷ ସାହୁ ଏବଂ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଛତିଶ ଚନ୍ଦ୍ର ମହାନ୍ତ ଯାହାଙ୍କର ବିଚକ୍ଷଣ ନେତୃତ୍ବରେ ଅଦ୍ୟାବଧି ଶାନ୍ତି ଶୃଙ୍ଖଳା ର ସହ ତିନି ପଥରେ କରୋନା ବିରୁଦ୍ଧରେ ମହାସଂଗ୍ରାମ ଜାରି ରହିଛି ।ଶପଥ ନେଇଛନ୍ତି କରୋନାକୁ ମାତ୍ କରିବେ ।ଏହି ତିନି ମହାନ ଯୋଦ୍ଧାଙ୍କର ଏଭଳି ସଂକଟ ଜନକ ପରିସ୍ଥିତିରେ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ନବ ଚରଣ ମାଝୀ,ସାରସକଣା ବିଧାୟକ ଡାକ୍ତର ବୁଢ଼ାନ ମୁର୍ମୁ , ବିଧାୟକଙ୍କ ବିଜାତଳା ବ୍ଲକ ପ୍ରତିନିଧି ସରୋଜ ମହାନ୍ତ, ରାଇରଙ୍ଗପୁର ବିଧାୟକଙ୍କ ପ୍ରତିନିଧି କିଶୋର ରଜକ, ମୟୂରଭଂଜ ସାଂସଦଙ୍କ ପ୍ରତିନିଧି ବରୁଣ ଦେ ଏବଂ ପଶ୍ଚିମ ମୟୂରଭଂଜ ବିଜେପି ନେତୃବୃନ୍ଦ ପ୍ରମୁଖ ପ୍ରଶଂସା ଓ ଅଭିନନ୍ଦନ ପତ୍ରପ୍ରଦାନ କରିଥିଲେ ।


