କରୋନାରୁ ସୁସ୍ଥ ପରେ କାର୍ଯ୍ୟରେ ଯୋଗଦେଲେ ଜିଲ୍ଲାପାଳଙ୍କ ଡ୍ରାଇଭର
ଛତ୍ରପୁର,(ଦେବଦତ୍ତ ମହାରଣା): କରୋନା ଯୋଦ୍ଧା ତଥା ଗଞ୍ଜାମ ଜିଲ୍ଲାପାଳଙ୍କ ଡ୍ରାଇଭର ଅରୁଣ କୁମାର ରାଉତ କରୋନା ରୋଗରୁ ସୁସ୍ଥ ହେବା ପରେ କାର୍ଯ୍ୟରେ ଯୋଗଦେଛନ୍ତି । ଜିଲ୍ଲାପାଳଙ୍କ ଡ୍ରାଇଭର ଅରୁଣ ଅଗଷ୍ଟ ୧୪ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ସେ ଗୃହ ସଙ୍ଗରୋଧରେ ରହି ଚିକିତ୍ସା ହୋଇଥିଲେ । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ଛତ୍ରପୁର ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍.ଗଣେଶ ବାବୁ ପ୍ରମୁଖ ଅରୁଣଙ୍କ ବାସଭବନକୁ ଯାଇ ଗୃହ ସଙ୍ଗରୋଧ ଅତ୍ୟାବଶକୀୟ ସାମଗ୍ରୀ କିଟ୍ ପ୍ରଦାନ କରିଥିଲେ । ଦୀର୍ଘ ୧୬ ରୁ ୧୭ ଦିନ ଧରି ଗୃହ ସଙ୍ଗରୋଧରେ ଚିକିତ୍ସା ହୋଇ କରୋନାରୁ ସଂପୂର୍ଣ୍ଣ ସୁସ୍ଥ ହୋଇଥିଲେ । ସେ ମଙ୍ଗଳବାର ଦିନ ନିଜ କାର୍ଯ୍ୟରେ ଯୋଗଦଦେଇ ଗଂଜାମ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗର କରୋନା ନିୟନ୍ତ୍ରଣ କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ ।