କରୋନାରେ ଅଙ୍ଗନବାଡୀ କର୍ମୀଙ୍କ ମୃତ୍ୟୁ
ଗାଙ୍ଗପୁର, (ଶିବରାମ ଚୌଧୁରୀ):ବେଲଗୁଣ୍ଠା ବ୍ଳକ ଅଞ୍ଚଳରେ କରୋନାରେ ଆକ୍ରାନ୍ତ ଜଣେ ଅଙ୍ଗନବାଡୀ କର୍ମୀ ଙ୍କ ମୃତ୍ୟୁ ଘଟିଛି ।କର୍ମୀ ଜଣଙ୍କ ହେଲେ ବେଲ୍ଲଗୁଣ୍ଠା ବ୍ଲକ ବଡବୋର୍ସିଣ୍ଗ ପଞ୍ଚାୟତ ଡିମିରିପଲ୍ଳୀରେ କାର୍ଯ୍ୟରତ ଅଙ୍ଗନବାଡୀ କର୍ମୀ ପ୍ରିୟଙ୍କା ପ୍ରଧାନ । ପ୍ରିୟଙ୍କା ବେଲ୍ଲଗୁଣ୍ଠା ନିକଟ ବାଣତୂମ୍ବରେ ବିବାହ କରିଥିଲେ । ସ୍ଵାମୀଙ୍କ ସହ ମତାନ୍ତର ପରେ ନିଜ ଦୁଇ ଝିଅକୁ ଧରି ସେ ଅଲଗା ରହୁଥିଲେ । ମା କୁ ହରାଇ ଦୁଇ ଛୋଟ ଝିଅ ବେସାହାରା ହୋଇ ଯାଇଛନ୍ତି । ତାଙ୍କ ବୟସ ୩୫ ହୋଇଥିବା ବେଳେ ତାଙ୍କର ଛୋଟ ଛୋଟ ଦୁଇଟି ଝିଅ ଥିବା ଜଣାପଡିଛି ।ସେ ଗତ ଦଶ ବର୍ଷ ଧରି ବେଲଗୁଣ୍ଠା ବ୍ଳକରେ ଅଙ୍ଗନବାଡୀ କର୍ମୀ ଭାବେ ନିୟୋଜିତ ଥିଲେ । ଗତ ସେପ୍ଟେମ୍ବର ମାସ ୭ ତାରିଖରେ ଦେହ ଅସୁସ୍ଥ ହେବାରୁ ନିଜର ପରୀକ୍ଷା କରାଇଥିଲେ । ୯ ତାରିଖ ଦିନ ରିପୋର୍ଟରେ ସେ କରୋନା ସଂକ୍ରମିତ ଥିବାର ଜଣାପଡିଥିଲା ।ଚିକିତ୍ସା ପାଇଁ ସେ ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲକୁ ଯାଇ ଚିକିଛା କରିବାକୁ ଚାହୁଁଥିଲେ ମଧ୍ୟ ତାଙ୍କୁ ସହଯୋଗ ମିଳିନଥିଲା , ଗତକାଲି ସେ ଅଧିକ ଗୁରୁତର ହୋଇପଡିଥିଲେ ଏବଂ ଆଜି ସକାଳ ୯-୦୫ ରେ ତାଙ୍କର ମୃତ୍ୟୁ ଘଟିଥିବା ସୁଚନା ମିଳିଛି । ତାଙ୍କ ମୃତ୍ୟୁରେ ବେଲଗୁଣ୍ଠା ବ୍ଳକ ଅଙ୍ଗନବାଡୀ କର୍ମୀ ତଥା ପ୍ରଶାସନିକ ମହଲରେ ଶୋକର ଛାୟା ଖେଳିଯାଇଥିବା ବେଳେ ବେଲଗୁଣ୍ଠା ବ୍ଳକ ଅଙ୍ଗନବାଡୀ ସଂଘ ସଭାପତି ବବିତା ସାହୁ,ଉପଦେଷ୍ଟା କେ.ରବୀନ୍ଦ୍ର ପାତ୍ର,ଅନ୍ୟତମ ଉପଦେଷ୍ଟା ତଥା ବେଲ୍ଲଗୁଣ୍ଠା ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପ୍ରମୁଖ ପରିବାରକୁ ସମବେଦନା ଜଣାଇବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି ।


