କରୋନାରେ ଅନାଥ ହୋଇଥିବା ପିଲାଙ୍କୁ ମିଳିବ ୫ ଲକ୍ଷ ସ୍ୱାସ୍ଥ୍ୟ ବୀମା

ନୂଆଦିଲ୍ଲୀ, (ୱାଇଏନ୍‌ଏସ୍‌): କରୋନା ଛଡ଼େଇ ନେଇଛି ଜୀବନ ଜୀବିକା । ଏହା ମଧ୍ୟରେ ବେଶି କ୍ଷତି ସହିଛନ୍ତି ଶିଶୁ, କିଏ ନିଜର ପିତାମାତାଙ୍କୁ ହରାଇ ଅନାଥ ହୋଇଥିବା ବେଳେ ଆଉ କିଏ କରୋନରେ ନିଜ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ ଚଳାଇଛି । ଏହା ମଧ୍ୟରେ ମୋଦୀଙ୍କ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । କରୋନା ମହାମାରୀ କାରଣରୁ ଅନେକ ପିଲା ଅନାଥ ହୋଇଯାଇଛନ୍ତି । ତେଣୁ ସେମାନଙ୍କୁ ଆଖି ଆଗରେ ରଖି   ଯେଉଁ ପିଲାମାନଙ୍କର ବାପା ମାଆ ପ୍ରାଣ ହରାଇଛନ୍ତି , ସେହି ପିଲାଙ୍କ ପାଇଁ ମୋଦୀ ସରକାର ମାଗଣା ସ୍ୱାସ୍ଥ୍ୟ ବୀମା ଯୋଗାଇବାକୁ ଯୋଜନା ଘୋଷଣା କରିଛନ୍ତି । ଅନାଥ ପିଲାଙ୍କୁ ନୁତନ ଯୋଜନା ଆଧାରରେ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବ । ଏନେଇ କେନ୍ଦ୍ର କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ମନ୍ତ୍ରୀ ଅନୁରାଗ ଠାକୁର ଟୁଇଟ୍ କରି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ