କରୋନାରେ ଆଉ ୬ ଜଣ ମୃତ

ଭୁବନେଶ୍ବର: ରାଜ୍ୟରେ କରୋନାରେ ଆଉ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କରାଯାଇ ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୦ କୁ ବୃଦ୍ଧି ପାଇଛି। ଗଞ୍ଜାମ ଜିଲ୍ଲାରୁ ୪ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଭୁବନେଶ୍ବର ଓ କଟକରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗଞ୍ଜାମରୁ ୪୫, ୪୯, ୬୩ ଓ ୭୨ ବର୍ଷୀୟ ପୁରୁଷ ମୃତ୍ୟୁ ଘଟିଥିବା ବେଳେ କଟକର ୪୦ ଓ ଭୁବନେଶ୍ବରର ୬୭ ବର୍ଷୀୟ ପୁରୁଷ ମୃତ୍ୟୁ ଘଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ