କରୋନାରେ ଦିଲ୍ଲୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାତା ଅକ୍ଷୟଙ୍କର ଦେହାନ୍ତ

କେନ୍ଦ୍ରାପଡ଼ା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡାର ସୁବଳା ଗ୍ରାମର ଅକ୍ଷୟ କୁମାର ତାଙ୍କ ଦିଲ୍ଲୀସ୍ଥ ରୋହିଣୀ ସୁପର ସ୍ପେସିଆଲ ହଷ୍ପିଟାଲରେ ତା୨୯/୧୨/୨୦୨୦ରିଖରେ କରୋନାରେ ଦେହାନ୍ତ ହୋଇଯାଇଅଛି ।ସେ ଦିଲ୍ଲୀର ରୋହିଣୀ ଜିଲ୍ଲାରେ ରହି କର୍ମମୟ ଜୀବନ କାଳରେ ସେଠାରେ ଅବସ୍ଥାନ କରୁଥିବା ଓଡିଆମାନଙ୍କ ସହିତ ମିଶି ଓଡିଆ ସଂସ୍କୃତିର ପ୍ରାଣ ଜଗତର ନାଥ ଜଗନ୍ନାଥଙ୍କର ଏକଦ୍ନ୍‌ିର ସ୍ଥାପନ କରିଥିଲେ । ମନ୍ଦିରର ପ୍ରତିଷ୍ଠା ସଭ୍ୟ ଭାବରେ ଓଡିଆ ସଂସ୍କୃତିର ପ୍ରଚାର ପ୍ରସାର କ୍ଷେତ୍ରରେ ପ୍ରସିଦ୍ଧି ଅର୍ଜନ କରିଥିଲେ । ତାଙ୍କର ମାତ୍ର ୫୭ ବର୍ଷ ବୟସରେ କରୋନାରେ ଅକାଳ ବିୟୋଗ ଘଟିଥିବାରୁ ରୋହିଣୀ ଓ କେନ୍ଦ୍ରାପଡାର ସୁବଳା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ମିଷ୍ଠଭାଷୀ, ମେଳାପୀ, ପରୋପକାରୀ ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ । ତାଙ୍କର ଶେଷ ଦର୍ଶନ କରି ଶୋକସନ୍ତପ୍ତ ପରିବାର ବର୍ଗକୁ ସାନ୍ତ୍ୱନା ଜ୍ଞାପନ କରିଥିଲେ । ଦିଲ୍ଲୀ ପ୍ରଦେଶ ରୋହିଣୀର ବିଧାୟକ ମହେନ୍ଦ୍ର ଗୋଏଲ, ଏମସିଡି କାଉନସେଲର ଅନୀଲ ରଣା, ଦିଲ୍ଲୀ ଓ ଓଡିଆ ସମାଜ ସଭାପତି ଶୁସାନ୍ତ କୁମାର ଦାସ, ରୋହିଣୀ ଜିଲ୍ଲା ଓଡିଆ ସମାଜ ସଭାପତି ନିରଞ୍ଜନ ରାଉତ, ତାଙ୍କର ପରମ ବନ୍ଧୁ ବିଦ୍ୟାଭୂଷଣ, ପୁତୁରା ରଶ୍ମୀ ରଞ୍ଜନ ପରିଡା, ନିହାର ରଞ୍ଜନ ପରିଡା, ତୁଷାର ରଞ୍ଜନ ପରିଡା ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ପହଁଚି ତାଙ୍କ ଶେଷ ଦର୍ଶନ କରିବା ସହ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାଙ୍କର ବଡପୁଅ ଅମିତ ପରିଡା ମୁଖାଗ୍ନି ଦେଇଥିଲେ । ଦିଲ୍ଲୀ ହାଉସକସ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ସଭାପତି ରବିନ୍ଦ୍ର ପ୍ରଧାନ ଉପସ୍ଥିତ ରହି ଅନ୍ତିଷ୍ଟିକ୍ରିୟା ସଂପର୍ଣ୍ଣ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ