କରୋନାରେ ପୋଲିସ କର୍ମଚାରୀଙ୍କ ଦେହାନ୍ତ

ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା):କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ଆଜି ଆଉ ଜଣେ କରୋନା ଯୋଦ୍ଧା ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ସେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନାରେ କନେଷ୍ଟବଲ ଭାବେ କାର୍ଯ୍ୟରତ ବାଳି କହଁରଙ୍କର ବୋଲି ଜଣାପଡିଛି ତାଙ୍କୁ ୫୩ ବର୍ଷ ବୟଷ ହୋଇଥିଲା । ଗତ ମାସ ୨୦ ତାରିଖରେ ସେ କୋଭିଡରେ ଆକ୍ରନ୍ତ ହୋଇଥିଲେ । ତାଙ୍କୁ ବିଶମକଟକ ଖ୍ରୀଷ୍ଠିୟାନ ହସପିଟାଲରେ ଭର୍ତି କରାଯାଇ ଚିକିତ୍ସା କରାଯାଉଥିଲା । ଚିକିତ୍ସିତ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଛି । କନ୍ଧମାଳ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ତାଙ୍କର ପାର୍ଥିବ ଶରୀରକୁ ବାଲିଗୁଡା ଥାନାକୁ ଅଣାଯିବାପରେ ସେଠାରେ ତାଙ୍କୁ କୋଭିଡ ଯୋଦ୍ଧା ଭାବରେ ଶେଷ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ ତାଙ୍କ ପରିବାର ଲୋକଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ଏହି ଅବସରରେ ସେଠାରେ ବାଲିଗୁଡା ଉପ-ଜିଲ୍ଲାପାଳ ଡା.ଶୁଭଙ୍କର ମହାପାତ୍ରଙ୍କ ସମେତ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରାୱାଲ ଏବଂ ବାଳି କହଁରଙ୍କ ପରିବାର ଲୋକଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ମାନେ ତାଙ୍କୁ ପୁଷ୍ପଗୁଛ ପ୍ରଦାନ କରିଥିଲେ । ପରେ କୋଭିଡ ନିୟମ ଅନୁସାରେ ହୀନ୍ଦୁ ନୀତିନିୟମ ପ୍ରକାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା । ସ୍ୱର୍ଗତ ବାଳି କହଁରଙ୍କ ଘର ବୌଦ୍ଧ ଜିଲ୍ଲା ଗମ୍ଭାରିପଡାରେ ସେ ୧୯୮୬ ମସିହାରେ ପୋଲିସ ବିଭାଗରେ ଯୋଗ ଦେଇଥିଲେ । ତାଙ୍କର ଦେହାନ୍ତରେ ତାଙ୍କ ପରିବାର ସମେତ ପୋଲିସ ବିଭାଗରେ ତାଙ୍କର ସହକର୍ମି ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ