କରୋନାରେ ପ୍ରାଣ ହରାଇଲା ୪୫ ଦିନର ଶିଶୁ
ନୂଆଦିଲ୍ଲୀ : କରୋନା ପ୍ରଭାବରେ ଜଣେ ୪୫ ଦିନର ଶିଶୁ ପ୍ରାଣ ହରାଇଥିବା ବେଳେ ଶିଶୁ ସଂସ୍ପର୍ଶରେ ଆସିଥିବା ୩୦ ଜଣ ବ୍ୟକ୍ତିଙ୍କୁ କ୍ବାରାଣ୍ଟାଇନ୍ରେ ରଖାଯାଇଛି । ଦିଲ୍ଲୀ ସ୍ଥିତ ଲେଡି ହର୍ଡିଂ ହସ୍ପିଟାଲରେ ଏହି ଘଟଣା ଘଟିଛି । ଏହି ଘଟଣାରେ ଅନ୍ୟ ୬ ଜଣ ସ୍ବାସ୍ଥ୍ୟ କର୍ମୀ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଶିଶୁ ସଂସ୍ପର୍ଷରେ ଆସିଥିବା ୩୦ଜଣଙ୍କୁ କ୍ବାରାଣ୍ଟାଇନ୍ରେ ରଖାଯାଇଛି । ଏହା ସହିତ ଏହି ଦେଶର ସର୍ବକନିଷ୍ଠ କରୋନା ଆକ୍ରାନ୍ତ ଭାବରେ ଏହି ଶିଶୁଟି ପ୍ରାଣ ହରାଇଛି । ଶିଶୁଟିର ଚିକିତ୍ସା କରିଥିବା ୨ ଡାକ୍ତର ଏବଂ ୩ଜଣ ନର୍ସ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।


