କରୋନାରେ ମୃତ ଶିକ୍ଷୟିତ୍ରୀଙ୍କ ପରିବାରକୁ ୧ କୋଟି
ନୂଆଦିଲ୍ଲୀ : ଦିଲ୍ଲୀ ପୈାର ନିଗମ ଅଧୀନ ଏକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଜଣେ ମହିଳାଙ୍କର କରୋନାରେ ମୃତୁ୍ୟ ହେବା ପରେ ପୂର୍ବ ଘୋଷଣା ଅନୁଯାୟୀ ତାଙ୍କ ପରିବାରକୁ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ । ମଇ ୪ରେ ସମ୍ପୃକ୍ତ ଚୁକ୍ତି ଭିତ୍ତିକ ଶିକ୍ଷୟିତ୍ରୀ ବୈକାଲି ସରକାରଙ୍କର ମୃତ୍ୟୁ ଘଟିଥିଲା । ରୋହିଣୀ ଅଂଚଳରେ ବାସ କରୁଥିବା ବୈକାଲି ଏକ ସରକାରୀ ରିଲିଫ କେନ୍ଦ୍ରରେ ଖାଦ୍ୟ ପରିବେଷଣ ଦାୟିତ୍ୱ୍ୱରେ ଥିଲେ । ପରେ ସେ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ । ତାଙ୍କୁ ମୁଖ୍ୟମନ୍ତ୍ରୀ କରୋନା ଯୋଦ୍ଧା ଭାବରେ ଅଭିହିତ କରିଛନ୍ତି । କରୋନା ଯୋଦ୍ଧାକୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଏଭଳି ଘୋଷଣା କରିଥିଲେ । ସେହିପରି କେନ୍ଦ୍ର ସରକାର ମେଡ଼ିକାଲ କ୍ଷେତ୍ର ସହ ଜଡ଼ିତ କରୋନା ଯୋଦ୍ଧାଙ୍କୁ ୫୦ ଲକ୍ଷ ଟଙ୍କାର ବୀମା ରାଶି ଦେବାକୁ ମଧ୍ୟ ଘୋଷଣା କରିଛନ୍ତି ।


