କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଛତ୍ରପୁର ବ୍ଲକ ସ୍ତରୀୟ ସମୀକ୍ଷା

ଛତ୍ରପୁର, (ଦେବଦତ୍ତ ମହାରଣା) :କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଘନ ଘନ ବୈଠକ କରି କରୋନାରୁ କିପରି ଦୂରେଇ ରହିବେ ସେଥି ନିମନ୍ତେ ସମସ୍ତେ ସତର୍କ ରହିବାକୁ କହିଛନ୍ତି । ଲୋକଙ୍କୁ ଏ ସଂପର୍କରେ ସଚେତନ କରିବା ନିମନ୍ତେ ମହିଳା ସ୍ୱୟଂ ସହାୟିକା ଗୋଷ୍ଟୀ ମାନଙ୍କୁ ସାମିଲ୍ କରାଯିବା ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ କ୍ରମେ ଛତ୍ରପୁର ବ୍ଲକ ପକ୍ଷରୁ ବିଡିଓ ସାରଦା ପ୍ରସନ୍ନ ପଣ୍ଡାଙ୍କ ଅଧ୍ୟକ୍ଷକ୍ଷତାରେ ଭିସି ମାଧ୍ୟମରେ ସ୍ୱାସ୍ଥ୍ୟ ବିଭାଗ, ବ୍ଲକ କର୍ମଚାରୀ ଓ ଏସଏଚଜି ମହିଳା ମାନଙ୍କ ସହ କୋଭିଡ୍ ମୁକାବିଲା ନିମନ୍ତେ ସମୀକ୍ଷା କରିଥିଲେ । ଏହି ଭିସି ରେମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ଯୋଗ ଦେଇ ଗ୍ରାମାଂଚଳରେ ଲୋକମାନେ କିପରି କରୋନା କଣ, କରୋନାର ଲକ୍ଷଣ କଣ, ଏହା କିପରି ବ୍ୟାପେ, କରୋନା ଦାଉରୁ ରକ୍ଷା ପାଇବା ପାଇଁ କଣ ସବୁ କରାଯିବା ଆବଶ୍ୟକ, ଦୁଇଟି ଟିକା ନେବା ଦ୍ୱାରା କଣ ହୁଏ ସେ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ଓଡିଶା ଜିବିକା ମିଶନର ବ୍ଲକ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନା, ଏମବିକେ, କୃଷିମିତ୍ର, ବ୍ୟାଙ୍କମିତ୍ରଙ୍କ ସମେତ ବହୁ ଏସଏଚଜି ମହିଳା ଭିସି ମାଧ୍ୟମରେ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ