କରୋନାର ସ୍ୱତନ୍ତ୍ର ଅଧୀକାରୀଙ୍କ ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ
ହାଟଡ଼ିହି : କରୋନା ପାଇଁ ବ୍ଲକର ସମସ୍ତ ପଞ୍ଚାୟତରେ ଆଇସୋଲେଟେଡ କେନ୍ଦ୍ର ଖୋଲା ଯାଇଥିବାବେଳେ କେନ୍ଦୁଝର ଜିଲ୍ଲା ପାଇଁ ନିଯୁକ୍ତି ପାଇଥିବା ସ୍ୱତନ୍ତ୍ର କରୋନା ପ୍ରୋବେସନର ସୁଶିଲ କୁମାର ଜେନା ଆଜି ହାଟଡିହି ବ୍ଲକର ବଞ୍ଚୋ, ହାଟଡିହି, ସୁଲଣ, ପନ୍ଦାଡୋ, ଶାଳଣିଆଁ, ପଞ୍ଚୁଗୋଛିଆ, ହାବଳେଶ୍ୱର ଆଦି ପଞ୍ଚାୟତ ଗୁଡିକ ଗ୍ରସ୍ଥକରି ସେଠାରେ କରୋନା ସଂକ୍ରମଣ ପ୍ରତିରୋଧ ପାଇଁ କରାଯାଇଥିବା ଅସ୍ଥାୟୀ ଆଇସୋଲେଟେଡ କେନ୍ଦ୍ର ପରିଦର୍ଶନ କରିବା ସହ ପ୍ରତି ପଞ୍ଚାୟତର ସରପଞ୍ଚ, ପିଇଓ, ଜିଆରଏସ ମାନଙ୍କ ସହ ଆଲୋଚନା କରି କେନ୍ଦ୍ରର ସୁପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ । ତାଙ୍କ ସହିତ ବିଡିଓ ଜୟଦେବ ଦାସ, ପିଇଓ ନରହରି ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


