କରୋନାର ୩ ହଟସ୍ପଟ୍‍

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ରା ୨ ଦିନ ମଧ୍ୟରେ ୩୦ ପହଞ୍ଚିଛି । ହାଇଦ୍ରାବାଦ ଏବଂ ଗୁରୁଗ୍ରାମରେ କେତେକ ଭାଇରସ ସନ୍ଦିଗ୍ଧ ଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ସ୍ଥିତି ସ୍ପଷ୍ଟ କରାଯାଇନାହିଁ । ତେବେ ଭାରତରେ ୩ ପ୍ରମୁଖ ସହର ତଥା ଜାତୀୟ ରାଜଧାନୀ ଦିଲ୍ଲୀ, ରାଜସ୍ଥାନର ଜୟପୁର ଏବଂ ହାଇଦ୍ରାବାଦ ଏବେ କରୋନା ଭାଇରସର ହଟସ୍ପଟ ପାଲଟିଛି । ଦିଲ୍ଲୀରେ ୨୩ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ଦିଲ୍ଲୀର ମୟୁର ବିହାରରୁ ପ୍ରଥମେ ଜଣେ ବ୍ୟକ୍ତି ଭାଇରସର ଆକ୍ରାନ୍ତ ହୋଇଥିଲେ । ତାଙ୍କଠାରୁ ଆଗ୍ରାରେ ଥିବା ତାଙ୍କ ପରିବାରର ଅନ୍ୟ ୬ ଜଣ ଭାଇରସ ସଂକ୍ରମିତ ହୋଇଛନ୍ତି । ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୮୮ ଜଣ ନିରୀକ୍ଷଣରେ ରଖାଯାଇଥିବା ସରକାରଙ୍କ ସୂତ୍ରରୁ କୁହାଯାଇଛି । ଦିଲ୍ଲୀର ଆଇଟିବିପିର ଚାୱଲା କ୍ୱାରେଣ୍ଟାଇନ ଫ୍ୟାସିଲିଟିରେ ଥିବା ଲୋକଙ୍କ ଉପରେ ଅହରହ ନଜର ରଖାଯାଉଛି । ତେବେ ରାଜସ୍ଥାନରେ ଜଣେ ଇଟାଲୀୟ ଦମ୍ପତି ଭାଇରସ ଆକ୍ରାନ୍ତ ହୋଇଛନ୍ତି । ଏହି ଦମ୍ପତି ରାଜସ୍ଥାନରେ ୨୦୦ରୁ ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସିଥିବାରୁ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ସେହିପରି ହାଇଦ୍ରାବାଦ ଇଞ୍ଜିନିୟର ଭାଇରସ ଆକ୍ରାନ୍ତ ହେବା ପରେ ହାଇଦ୍ରାବାଦରେ ପୁଣି ଦୁଇ ଜଣ ଭାଇରସ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ତେବେ ସରକାରଙ୍କ ପକ୍ଷରୁ ଏ ବାବଦରେ କୌଣସି ଘୋଷଣା କରାଯାଇନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ