କରୋନା ଅନୁସୂଚିତ ଜାତି ସେଲ ପକ୍ଷରୁ ମାସ୍କ ଓ ସାନିଟାଇଜର ବଂଟନ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ଜିଲ୍ଲାରେ ଲକ ଡାଉନ ଜାରି ରହିଥିବା ବେଳେ ଜିଲ୍ଲା ବିଜେଡି ଅନୁସୂଚିତ ଜାତି ସେଲ ପକ୍ଷରୁ କେନ୍ଦ୍ରାପଡା ସହରର ବିଭିନ୍ନ ସ୍ଥାନରେ ମାସ୍କ, ସାନିଟାଇଜର ବଂଟନ କରାଯିବା ସହିତ ଲୋକମାନଙ୍କୁ ସଚେତନତା କରାଯାଇଛି । ବିଜେଡି ଅନୁସୂଚିତ ଜାତି ସେଲର ଜିଲ୍ଲା ସଭାପତି ବାରେଣୀ ସେଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେଲର ସାଧାରଣ ସମ୍ପାଦକ ଅନନ୍ତ ଜେନା, ସମ୍ପାଦକ ଭୀମସେନ ବେହେରା, ମାନସ ସେଠୀ, କୃଷ୍ଣଚନ୍ଦ୍ର ମଲ୍ଲିକ, ଜନକର ମଲ୍ଲିକ, ସୁଶାନ୍ତ ମଲ୍ଲିକ ପ୍ରମୁଖ ଯୋଗଦେଇ ସହରର ସୁଇପର କଲୋନୀ ସମେତ ବିଭିନ୍ନ ଫ୍ୱାର୍ଡରେ ବୁଲି ଲୋକଙ୍କୁ ସଚେତନ କରିବା ସହ ସାନିଟାଇଜର ଓ ମାସ୍କ ବଂଟନ କରିଥିଲେ ।