କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ ଛୁଇଁଲା
ଭୁବନେଶ୍ବର : ଆଜି ରାଜ୍ୟରେ ପୁଣି ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଆକ୍ରାନ୍ତ ବାଲେଶ୍ବରରୁ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବ୍ସାଇଟରୁ ସୂଚନା ମିଳିଛି । ଏହି ନୂତନ ୫ ଜଣ ଚିହ୍ନଟ ହେବା ପରେ ବାଲେଶ୍ବର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ ମୋଟ୍ ଆକାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ହୋଇଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ୍ ୨୨୮୭ଟି ନମୁନା ପରୀକ୍ଷା ହୋଇଛି । ଏଯାବତ୍ ମୋଟ୍ ୨୫ ହଜାର ୧୦୩ଟି ନମୁନା ପରୀକ୍ଷା ହୋଇଛି । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ହୋଇଥିବାବେଳେ ୭୨ ଜଣ ଚିକିତ୍ସାଧୀନ ରହିଛନ୍ତି । ୩୫ ଜଣ ସୁସ୍ଥ ହୋଇଥିବାବେଳେ ଜଣକର ମୃତ୍ୟୁ ଘଟିଛି ।