କରୋନା ଆକ୍ରାନ୍ତ ଚି଼ହ୍ନଟ ପରେ ଜି.ଉଦୟଗିରି ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖା ସିଲ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ଜଣେ କର୍ମଚାରୀ ମଙ୍ଗଳବାର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରେ ବୁଧବାରଠାରୁ ଉକ୍ତ ବ୍ୟାଙ୍କକୁ ସିଲ୍‌ କରାଯାଇଛି। ଏ ନେଇ ବିଡିଓ ତଥା ଏନ୍‌ଏସିର ପ୍ରଶାସକ ଶାନ୍ତନୁ କୁମାର ନାୟକ ସୂଚନା ଦେଇଛନ୍ତି। ବ୍ୟାଙ୍କକୁ ସାନିଟାଇଜ କରାଯାଇଥିବା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର କହିଛନ୍ତି। ତେବେ ଉକ୍ତ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ତାଲିକା ସଂଗ୍ରହ କରାଯାଇ ସେମାନଙ୍କୁ ଘରେ ସଙ୍ଗରୋଧରେ ରହିବା ପାଇଁ କୁହାଯିବା ସହ ସେମାନଙ୍କ ନମୁନା ପରୀକ୍ଷା କରାଯାଉଛି ।ସୂଚନା ଅନୁସାରେ, କର୍ମଚାରୀ ଜଣଙ୍କ ୧୫ ଦିନ ପୂର୍ବେ ଭୁବନେଶ୍ୱରରୁ ଫେରିଥିଲେ । ତାଙ୍କର ଥଣ୍ଡା କାଶ ଲକ୍ଷଣ ଦେଖାଯିବା ଯୋଗୁ ଜୁଲାଇ ୧୧ ତାରିଖରେ ଭୁବନେଶ୍ୱର ଆସି ଏକ ଘରୋଇ ହସ୍ପିଟାଲରେ କୋଭିଡ ପରୀକ୍ଷା କରାଇବା ପରେ ନମୁନା ପଜିଟିଭ ଆସିଥିଲା। ପ୍ରଶାସନ ନିକଟରେ ଖବର ପହଞ୍ଚିବା କ୍ଷଣି ବୁଧୁବାର ସକାଳୁ ବ୍ୟାଙ୍କ ଓ ଆକ୍ରାନ୍ତଙ୍କ ଘରକୁ ସାନିଟାଇଜ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ