କରୋନା ଆତଙ୍କଦୁବାଇରୁ ୨କରୋନା ସନ୍ଦିଗ୍ଧ, ଜଣେ ଫେରାର ଅନ୍ୟକୁ ଜଗିଛି ସ୍ୱାସ୍ଥ୍ୟ ବିଭାଗ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଆଦିବାସୀ ବହୁଳ ତଥା ଆନ୍ଧ୍ର ସୀମାନ୍ତରେ ଥିବା ଗଜପତି ଜିଲ୍ଲାରେ ବର୍ତ୍ତମାନ କରୋନା ଆତଙ୍କ ଦେଖାଦେଇଛି । ୨ଜଣ କରୋନା ସନ୍ଦିଗ୍ଦ ବ୍ୟକ୍ତି ଦୁବାଇରୁ କୌଣସି କାରଣରୁ ଗଜପତିରେ ଥିବା ସେମାନଙ୍କ ଘରେ ପହଞ୍ଚିବା ପରେ ଜିଲ୍ଲା ସାରା କରୋନା ଆତଙ୍କ ବେଶ ପ୍ରସାରିତ ହୋଇଛି । ଏହି ୨ଜଣ କରୋନା ସନ୍ଦିଗ୍ଦ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଜଣକୁ ଜଗିରହିଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ଘଟଣାରୁ ପ୍ରକାଶ ଗତ ୪ତାରିଖ ଦିନ ଗଜପତି ଜିଲ୍ଲାର ଗୋଷାଣି ବ୍ଲକର ତୋଟାଗୁମୁଡା ନିଜସ୍ୱ ଗ୍ରାମକୁ ୨ଜଣ ବ୍ୟକ୍ତି ଦୁବାଇରୁ ଫେରିଥିଲେ । ଏହି ଖବର ଚାରିଆଡେ ପ୍ରସାରିତ ହେବାପରେ ଜିଲ୍ଲାରେ କରୋନା ଆତଙ୍କ ଦେଖାଦେଇଥିଲା । ପରେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସେମାନଙ୍କ ଠାରେ ପହଞ୍ଚି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ରକ୍ତ ନମୁନା ସଂଗ୍ରହ କରି ଘରକୁ ପଠାଇ ଦେଇଥିଲେ । ହେଲେ ବର୍ତ୍ତମାନ ଜଣେ କରୋନା ସନ୍ଦିଗ୍ଦ ବ୍ୟକ୍ତି କେଉଁ ଆଡେ ଫେରାର ହୋଇଥିବା ବେଳେ ଅନ୍ୟ ଜଣକ୍ୁ ତାରି ଘର ନିକଟରେ ସ୍ୱାସ୍ଥ୍ୟ ବିଭାଗ ଜଗି ରହିଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ,ଏହି ୨ଜଣ ଦୁବାଇରୁ ବିମାନ ଯୋଗେ ହାଇଦ୍ରାବାଦ ଦେଇ ବିଶାଖପାଟଣା ବିମାନ ବନ୍ଦର ଦେଇ ଗଜପତି ଜିଲ୍ଲାକୁ ଆସିଥିଲେ । ବିଦେଶରୁ ଯେଉଁ ଯାତ୍ରୀ ଭାରତକୁ ଆସନ୍ତି ସେମାନଙ୍କୁ ସଂପୃକ୍ତ ବିମାନବନ୍ଦରରେ ଆବଶ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା ପରେ ବାହାରକୁ ଛାଡିବା କଥା । କିନ୍ତୁ ତାହା ହୋଇ ନ ଥିବା କରୋନା ସନ୍ଦିଗ୍ଦ ବ୍ୟକ୍ତି ସୁଚନା ଦେଇଛନ୍ତି । ଏହି ୨ଜଣଙ୍କୁ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ସୁଚନା ନାହିଁ । ତଥାପି ଏହି ୨ଜଣ ଦୁବାଇରୁ ଫେରି ଆସିଥିବାରୁ ଲୋକଙ୍କ ଠାରେ କରୋନା ଆତଙ୍କ ଦେଖା ଦେଇଛି । ଗଜପତି ଜିଲ୍ଲା ସିଡିଏମଓ ଡ.ଗୁନୁରାଣୀ ପଟ୍ଟନାୟକଙ୍କୁ ଏ ନେଇ ପଚାରିବାରେ ସେ କହିଛନ୍ତି,ଏହି ୨ଜଣ ଦୁବାଇରୁ ଫେରିଛନ୍ତି । ତେବେ ସେମାନେ କରୋନାରେ ଆକ୍ରାନ୍ତ ହେବା ଭଳି କୌଣସି ଲକ୍ଷଣ ପରିଲକ୍ଷିତ ହୋଇ ନାହିଁ । ତଥାପି ସେମାନଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରାଯିବା ସହ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କରୋନାକୁ ମୁକାବିଲା ପାଇଁ ସମ୍ପୁର୍ଣ୍ଣ ସଜାଗ ରହିବା ସହ ଲୋକଙ୍କୁ ଏଥିରୁ ଦୁରେଇ ରହିବା ପାଇଁ ବ୍ୟପକ ଭାବେ ସଚେତନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଜଣେ କରୋନା ସନ୍ଦିଗ୍ଧ ବ୍ୟକ୍ତି ଫେରାର ଥିବା ମୋ ପାଖରେ ଖବର ନାହିଁ । ବୋଧହୁଏ ସେ ନିଜର କିଛି କାମରେ ବାହାରକୁ ଯାଇଥାଇପାରନ୍ତି । ଅନ୍ୟ ଜଣେ ବ୍ୟକ୍ତି ତାଙ୍କ ଘରେ ରହିଛନ୍ତି । ତାଙ୍କ ପ୍ରତି ସ୍ୱାସ୍ଥ୍ୟ ବିଭାଗ ତରଫରୁ କର୍ମୀଙ୍କୁ ସେଠାରେ ଉପସ୍ଥିତ ରଖାଯାଇ ତୀକ୍ଷଣ ନଜର ରଖାଯାଇଛି । କରୋନା ନେଇଁ ଯେ କୌଣସି ଲକ୍ଷଣ ଦେଖା ଗଲେ ବିହିତ ପଦକ୍ଷେପ ଗ୍ରହଣ କରାଯିବ । ତେଣୁ ଜନସାଧାରଣ କୌଣସି ଗୁଜବରେ ବିସ୍ୱାଶ କରନ୍ତୁ ନାହିଁ ଏବଂ ଗଜପତିରେ କରୋନାର କୌଣସି ରୋଗୀ ନଥିବାରୁ ଭୟଭୀତ ହେବାର ଆବଶ୍ୟକ ନାହିଁ ।