କରୋନା ଆତଙ୍କ ପାଇଁ ମାଟ୍ରିକ ପରୀକ୍ଷାଖାତା ମୂଲ୍ୟାଙ୍କନ ସ୍ଥଗିତ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଯେଉଁ ମାଟ୍ରିକ ପରୀକ୍ଷାଖାତା ମୂଲ୍ୟାଙ୍କନ ଆରମ୍ଭ ହୋଇଥିଲା ତାହା ସରକାରଙ୍କ ନିର୍ଦ୍ଦେଶ କ୍ରମେ ସ୍ଥଗିତ ରଖାଯାଇଛି । ଗଜପତି ଜିଲାରେ ଏକମାତ୍ର କେନ୍ଦ୍ର ଭାବେ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପରୀକ୍ଷାଖାତା ମୂଲ୍ୟାଙ୍କନ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ପରୀକ୍ଷା ମୂଲ୍ୟାୟନ ପାଇଁ ମୋଟ ୯ଗୋଟି ୟୁନିଟ ଗଠନ କରାଯାଇଥିଲା ଏବଂ ପ୍ରତି ୟୁନିଟରେ ୨୫ଜଣ ଶିକ୍ଷକ/ଶିକ୍ଷୟତ୍ରୀମାନେ ଯୋଗଦେଇ ପରୀକ୍ଷାଖାତା ମୂଲ୍ୟାୟନ କରିବାପାଇଁ ବ୍ୟବସ୍ଥା ହୋଇଥିଲା । ମୋଟ ୯ଗୋଟି ବିଷୟ ପାଇଁ ୨୨୫ଜଣ ଶିକ୍ଷକ ନିୟୋଜିତ କରାଯାଇଥିବା ଜିଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ସୂଚନା ଦେଇଥିଲେ । ଏହି କେନ୍ଦ୍ର ପାଇଁ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ଦାୟିତ୍ୱରେଥିବା ପ୍ରଧାନ ଶିକ୍ଷକ ଜି. ସୁଦର୍ଶନରାଓ କେନ୍ଦ୍ର ନିରୀକ୍ଷକ ଦାୟିତ୍ୱରେ ରହିଥିଲେ । ଗୁରୁବାର ମୋଟ ୩,୫୦୦ ପରୀକ୍ଷାଖାତା ମୂଲ୍ୟାୟନ କରାଯାଇଥିବା ସୂଚନା ମିଳିଛି । ପରବର୍ତ୍ତୀ ନିର୍ଦ୍ଦେଶ ଆସିବାପରେ ପୁନର୍ବାର ମୂଲ୍ୟାୟନ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ