କରୋନା ଔଷଧ ନିର୍ମାଣ ପାଇଁ ଭାରତ ସରକାରଙ୍କ ନିକଟରେ ଆବେଦନ କଲେ ବେଙ୍ଗାଲୁରୁ ଡାକ୍ତର
ବେଙ୍ଗାଲୁରୁ : କରୋନା ରୋଗୀଙ୍କ ପାଇଁ ଖୁସିଖବର । କରୋନା ସଙ୍କ୍ରମଣଙ୍କ ନିମନ୍ତେ ଔଷଧ ନିର୍ମାଣ କରିବା ପାଇଁ ଭାରତ ସରକାରଙ୍କ ନିକଟରେ ଆବେଦନ କରିଛନ୍ତି ବେଙ୍ଗାଲୁରୁର ଜନୈକ ଡାକ୍ତର । ବେଙ୍ଗାଲୁରୁର ଅଙ୍କୋଲୋଜିଷ୍ଟ ବିଶାଲ ରାଓ ଭାରତ ସରକାରଙ୍କ ନିକଟରେ ଏହି ଆବେଦନ କରିଛନ୍ତି । ସାଇଟୋକିନ୍ ସହାୟତାରେ ବିଶାଲ ଏହି ଔଷଧ ନିର୍ମାଣ କରିବା ପାଇଁ ଆବେଦନ କରିଛନ୍ତି । ମାନବ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାଇଟୋକିନ୍ ପ୍ରମୁଖ ଗ୍ରହଣ କରିଥାଏ । କୋଭିଡ୍-୧୯ କ୍ଷେତ୍ରରେ ଶରୀରରେ ସାଇଟୋକିନ୍ କ୍ଷରଣ ବନ୍ଦ ହୋଇଯାଇଥାଏ । ଏହି ହରମୋନ୍କୁ ଔଷଧ ଭାବରେ ବ୍ୟବହାର କରି କରୋନା ସଂକ୍ରମଣଙ୍କ ଚିକିତ୍ସା କରିବା ପାଇଁ ଭାରତ ସରକାରଙ୍କ ନିକଟରେ ରାଓ ଆବେଦନ କରିଛନ୍ତି ।