କରୋନା କଟକଣାକୁ ଅବମାନାନ ୨ ବାହାଘର ଭୋଜିକୁ ବନ୍ଦ କଲେ ତହସିଲଦାର ଥାନାରେ ଏତାଲା

ହିଞ୍ଜିଳିକାଟୁ, (ୱାଇଏନଏସ):ଦେଶରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିଥିବା ବେଳେ ଏହାକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯିବା ସହ ଜନସଚେତନତା କରାଯାଉଛି । ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରୀ କରାଯାଇଛି । ଯାନବାହାନ ଚଳାଚଳ, ଶିକ୍ଷାନୁଷ୍ଠାନ, ସପିଂମଲ୍‌, ବ୍ୟବସାୟିକ ପ୍ରତିଷ୍ଠାନ ସମେତ ସଭାସମିତି ଓ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମ୍ପୁର୍ଣ୍ଣ ବନ୍ଦ କରାଯାଇଛି । ପ୍ରଶାସନର ନିର୍ଦ୍ଦେଶକୁ ଅବମାନନା କରି ବହୁ ବ୍ୟକ୍ତିଙ୍କ ସମାଗମ କରି ବିବାହ ଭୋଜି କରୁଥିବା ବେଳେ ହିଞ୍ଜିଳିକାଟୁ ତହସିଲଦାର ଗୋପିନାଥ କୁଅଁର ଘଟଣା ସ୍ଥଳରେ ପଂହଚି ବିବାହ ଭୋଜିକୁ ବନ୍ଦ କରିବା ସହ ଥାନାରେ ଏତାଲା ଦାୟର କରିଛନ୍ତି । ଏଭଳି ଏକ ଘଟଣା ସୋମବାର ହିଞ୍ଜିଳିକାଟୁ ପୌରାଂଚଳ ନୂଆଁଗଡ଼ ଓ ସ୍ଥାନୀୟ ଥାନା ସମରଝୋଳ ଗ୍ରାମରେ ଘଟିଛି । ଘଟଣା ନେଇ ତହସିଲଦାର କୁଅଁର ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ହିଞ୍ଜିଳି ଥାନାରେ ନଂ-୨୩୨ ଓ ୨୩୩/୨୦ରେ ୨ଟି ମାମଲା ରୁଜୁ କରି ଭୋଜି ଆୟୋଜନ କରିବା ସହ ବହୁ ଲୋକଙ୍କୁ ରୁଣ୍ଡ କରିଥିବା ଅଭିଯୋଗରେ ସମରଝୋଳ ଗ୍ରାମର କେଙ୍ଗାଳି ଗୌଡ଼ ଓ ନୂଆଁଗଡ଼ ଗ୍ରାମା ପାଙ୍ଗୁଆ ଗୌଡ଼ଙ୍କୁ ଗିରଫ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ । ପ୍ରଶାସନର କଟକଣାକୁ ଅବମାନନା କରି ଆଗାମୀ ଦିନରେ ବିବାହ, ବ୍ରତ ଓ ଗୃହ ପ୍ରବେଶ ଭଳି କାର୍ଯ୍ୟ କରି ବହୁ ବ୍ୟକ୍ତିଙ୍କୁ ରୁଣ୍ଡ କଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର କୁଅଁର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ