କରୋନା କଟକଣାକୁ ଫୁ ….ଅବାଧରେ ଚାଲିଛି କୋଚିଂ ସେଂଟର : ଗୋଷ୍ଠୀ ସଂକ୍ରମଣ ଆଶଙ୍କା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ସାର ଦେଶ ଆତଙ୍କିତ । ଦେଶରେ ପ୍ରତ୍ୟହ ସଂକ୍ରମିତଙ୍କ ସଂଖ୍ୟା ବଢଦ୍ଧି ପାଉଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଦ ହଜିଗଲାଣି । କରୋନକୁ ପ୍ରତିହିତ କରିବା ସକାଶେ ସରକାର କୋଭିଡ଼-୧୯ ନିୟମ ପ୍ରଚଳନ କରିଛନ୍ତି । ଗୋଷ୍ଠୀ ସଂକ୍ରମଣରୁ ମୁକୁଳିବା ସକାଶେ ରାଜ୍ୟ ସରକାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଶିକ୍ଷାର୍ଥୀ ମରନଙ୍କ ଅଧ୍ୟୟନରେ ଯେପରି ବ୍ୟାଘାତ ସୃଷ୍ଟି ନହେବ ସେଥି ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଅନଲାଇନ ଶିକ୍ଷାଦାନର ବ୍ୟବସ୍ଥା କରାଯାଇଛି । ପରିତାପର ବିଷୟ ହିଞ୍ଜିଳିକାଟୁ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ କିଛି ଅମାନିଆ ଶିକ୍ଷକ ଓ ଅଧ୍ୟାପକ କୋଭିଡ଼ ନିୟମକୁ ବେଖାତିର କରି କୋଚିଂ ସେଂଟର ଚଲାଇଥିବା ଦେଖିବାକୁ ମିଳିଛି । କୋଚିଂ ସେଂଟର ଗୁଡ଼ିକରେ ସାମାଜିକ ଦୂରତା ରହୁନଥିବାରୁ ଆଗାମୀ ଦିନରେ ଗୋଷ୍ଠୀ ସଂକ୍ରମଣ ସମ୍ଭାବନା ଥିବା ନେଇ ବୁଦ୍ଧିଜୀବି ମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଗତ ମାର୍ଚ୍ଚ ୨୩ ତାରିଖ ଠାରୁ ଗଞ୍ଜାମ ଜିଲ୍ଲାର କୋଭିଡ଼ ନିୟମକୁ ପାଳନ କରିବା ସକାଶେ ଜିଲ୍ଲା ପ୍ରଶାସନ ସମେତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯିବା ସହ କଟକଣା ମାନି ଚଳିବା ସକାଶେ ପରମର୍ଶ ଦିଆଯାଇଛି । ସ୍ଥାନୀୟ ଅଂଚଳରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଆଶାତୀତ ଭାବେ ବୃଦ୍ଧି ପାଉଥିବାରୁ ବହୁ ଲୋକେ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରୁଥିବା ବେଳେ କିଛି ଅମାନିଆ ଶିକ୍ଷକ ଓ ଅଧ୍ୟାପକ ଲୋଭ ସମ୍ଭରଣ କରିନପାରି ପରୋକ୍ଷରେ ଶିକ୍ଷାର୍ଥୀଙ୍କୁ କରେନା ମୁହଁକୁ ଠେଲିଦେଉଥିବା ଅଭିଯୋଗ ହେଉଛି । ପୂର୍ବରୁ ଶିକ୍ଷକ ଓ ଅଧ୍ୟାପକ ମାନେ ପୌରାଂଚଳର ମୁଖ୍ୟ ରାସ୍ତା ପ୍ୱାଶ୍ୱର୍ରେ ଘରକୁ ଭଡ଼ା ସୁତ୍ରରେ ନେଇ କୋଚିଂ ସେଂଟର ଚଲାଇ ଆସୁଥିବା ବେଳେ ପ୍ରଶାସନ ଭୟରେ ବର୍ତମାନ ପୌରାଂଚଳର ବିଭିନ୍ନ ୱାର୍ଡ଼ ଗୁଡ଼ିକରେ କୋଚିଂ ସେଂଟର ଚଲାଉଥିବା ଦେଖିବାକୁ ମିଳିଛି । ଏ ଦିଗରେ ପ୍ରଶାସନ ଦୃଷ୍ଟି ପ୍ରଦାନ କରି କୋଚିଂ ସେଂଟର ଚଲାଉଥିବା ଲୋଭୀ ଶିକ୍ଷକ ଓ ଅଧ୍ୟାପକ ମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରେ ଦାବି ହୋଇଛି ।


