କରୋନା କଟକଣା :ଦୋକାନୀଙ୍କୁ ଜରିମାନା 

ଛତ୍ରପୁର : କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ତେଜରାତି ଓ ଔଷଧ ଦୋକାନ, ପନିପରିବା ଛଡ଼ା ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । କିନ୍ତୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ଛତ୍ରପୁର ସହରର କେତେକ ଦୋକାନୀ ଅବମାନନା କରୁଥିବାରୁ ଏନଏସି ପକ୍ଷରୁ ଉକ୍ତ ଦୋକାନୀକୁ ଜରିମାନା ଆଦାୟ କରାଯାଇଛି । ଛତ୍ରପୁର ସହରର ପ୍ରାୟ ଚାରୋଟି ଦୋକାନରୁ ଶନିବାର ୧୩ ହଜାର ଟଙ୍କା ଆଦାୟ କରାଯାଇଥିବାବେଳେ ଶୁକ୍ରବାର ରାତିରେ ୮ଟା ଦୋକାନରୁ ୧୨ ହଜାର ଟଙ୍କା ଆଦାୟ କରାଯାଇଛି । ଏଥିସହ ଏହି ଦୋକାନଗୁଡ଼ିକୁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରାଙ୍କ ଉପସ୍ଥିତିରେ ବନ୍ଦ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ