କରୋନା କଟକଣା ଭିତରେ କମିବ ପାଠ୍ୟକ୍ରମ

ଭୁବନେଶ୍ୱର: କରୋନା ମାଡ଼ରେ ବିଗିଡ଼ି ଯାଇଛି ଦେଶର ଶିକ୍ଷା ବ୍ୟବସ୍ଥା ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ ଯୋଗୁଁ ପାଠପଢ଼ା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ପାଖାପାଖି ୨ ମାସ ବିଳମ୍ବରେ ଚାଲିଛି ପିଲାଙ୍କ ପାଠପଢ଼ା । ନ ହେଲେ ଏବେ ସୁଦ୍ଧା ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଯିବା କଥା । ନାମଲେଖା ଶେଷ ହୋଇ ପିଲାଙ୍କ ପାଠପଢ଼ାକୁ ବି ଗୋଟିଏ ମାସ ହୋଇଯାଆନ୍ତାଣି । ତେବେ ମହାମାରୀ କରୋନା ଭୂତାଣୁ ବ୍ୟାପୁଥିବାରୁ ଏଭଳି ସ୍ଥିତି ଆଉ କେତେ ଦିନ ରହିବ, ତାହା ବି କହିବା ମୁସ୍କିଲ । କାରଣ ଏବେ ମେ’୩ ପର୍ଯ୍ୟନ୍ତ ଲକଡାଉନ ହୋଇଛି । ଯଦି ସ୍ଥିତିରେ ସୁଧାର ନ ଆସେ ଲକଡାଉନ ଅବଧି ଆହୁରି ବଢ଼ିପାରେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି । ଦେଶ ସମେତ ବିଶ୍ୱର ପରିସ୍ଥିତି ଦିନକୁ ଦିନ ଅଧିକ ଖରାପ ହେଉଥିବାର ୨୦୨୦-୨୧ ଶିକ୍ଷା ବର୍ଷରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଯୋଜନା ପ୍ରସ୍ତୁତ କରିଛି । ୭ ଜଣିଆ କମିଟି କରି ଶିକ୍ଷାବର୍ଷର ରୂପ ରେଖ ପ୍ରସ୍ତୁତ କରାଯିବା ସହ ସିଲାବସକୁ ସଂକ୍ଷିପ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି । ସିବିଏସଇ, ଆଇସିଏସଇ ଦ୍ୱାରା ପରିଚାଳିତ ବିଦ୍ୟାଳୟ ଗୁଡ଼ିକର ପାଠ୍ୟଖସଡ଼ାରେ କେତେକ ପରିବର୍ତ୍ତନ ଆଣିବାକୁ ଆଲୋଚନା କରାଯାଉଛି । ବିଶେଷ କରି ୯ମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟଖସଡ଼ାରେ ସମ୍ଭାବ୍ୟ ପରିବର୍ତ୍ତନ କରିବାକୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ପାଠ୍ୟକ୍ରମକୁ ୨୫ ରୁ ୩୦ ପ୍ରତିଶତ କମାଇ ଦିଆଯିବ । କେଉଁ ବିଷୟରେ କେତେ କମିବ ଓ ନୂଆ ଶିକ୍ଷା କ୍ୟାଣ୍ଡେର କିଭଳି ହେବ ତାହା ଧାର୍ଯ୍ୟ କରିବା ପାଇଁ ପ୍ରତି ବିଷୟ ଲାଗି କମିଟି ଗଠନ କରାଯାଇଛି । କମିଟିଗୁଡ଼ିକ ରିପୋର୍ଟ ପ୍ରଦାନ କରିବା ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପାଠ୍ୟଖସଡ଼ା ଚୂଡାନ୍ତ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ