କରୋନା କଟକଣା ମଧ୍ୟରେ ଇଦ୍‌-ଉଜ୍‌-ଜୁହା ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ଶନିବାର କରୋନା କଟକଣା ମଧ୍ୟରେ ବନ୍ତ ବ୍ଲକର ବିଭିନ୍ନ ମସଜିଦ୍‌ରେ ଇଦ୍‌-ଉଜ୍‌-ଜୁହା ପାଳିତ ହୋଇଯାଇଛି । ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ପ୍ରତ୍ୟେକ ମସ୍‌ଜିଦ୍‌ରେ ସାମାଜିକ ଦୂରତା ରକ୍ଷା କରି ୫ ଜଣ ମୁସଲମାନ ଭାଇ ନମାଜ ପାଠ କରିଥିଲେ । କାଜିମହଲା ଓ ତରାପୁର ଜମାତ୍ ଐଲେ ହଦିସ୍ ଠାରେ ମୁସଲମାନ ଭାଇଙ୍କୁ ମୌଲବୀ ତାହା ସହୀଦ୍ ଖାଲିଦ୍ ନମାଜ ପାଠ କରାଇଥିଲେ । ମାଳତୀରା ଇଦ୍‌ଘା ଠାରେ ମୌଲାନା ଜୁଲ୍ ଫିକର ଅଲ୍ଲୀ ନମାଜ ପାଠ କରାଇଥିଲେ । ସେହିପରି ପଠାଣ ମହଲା, ବନ୍ତ ମସଜିଦ୍‌ରେ ନମାଜ ପାଠ କରାଯାଇଥିଲା । ଅନ୍ୟ ସମସ୍ତ ମୁସଲମାନ ଭାଇଭଉଣୀ ମାନେ ଘରେ ରହି ନମାଜ ପାଠ କରିଥିବା ଜଣାଯାଇଛି । ଏହି ଅବସରରେ ୱାର୍କ ଅଫ ବୋର୍ଡର ପୂର୍ବତନ ସଦସ୍ୟ ସେକ୍ ଜଲାଲ ଉଦ୍ଦୀନ ସମସ୍ତ ମୁସଲମାନ ଭାଇଭଉଣୀ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ