କରୋନା କଟକଣା : ୨ମାସ ଧରି ହୋଟେଲ ଓ କଲ୍ୟାଣ ମଣ୍ଡପରେ ତାଲା ଝୁଲୁଛି

ହିଞ୍ଜିଳିକାଟୁ, ୧୭ା୫ (ୱାଇଏନଏସ): ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ବ୍ୟାପିଛି । ଏହାକୁ ରୋକିବା ସକାଶେ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରୀ ରହିଛି । ମାର୍ଚ୍ଚ ୨୨ ତାରିଖଠାରୁ ସାରା ଦେଶରେ ଲକଡ଼ାଉନ ଘୋଷଣା କରାଯାଇଛି । ସୋମବାର ଠାରୁ ୪ର୍ଥ ପର୍ଯ୍ୟାୟ ଲକଡ଼ାଉନ ଘୋଷଣା ହେବାକୁ ଥିବା ବେଳେ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ ମାନେ ବହୁ ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି । ଲକଡ଼ାଉନ ଯୋଗୁଁ ସ୍ଥାନୀୟ ଅଂଚଳର ବହୁ ହୋଟେଲ, ଫାଷ୍ଟଫୁଡ଼୍‌, ରେଷ୍ଟୁରାଂଟ ଓ କଲ୍ୟାଣ ମଣ୍ଡପ ଗୁଡ଼ିକରେ ପ୍ରାୟ ୨ମାସ ଧରି ତାଲା ଝୁଲୁଥିବାର ଦେଖିବାକୁ ମିଳୁଛି । ବିଶେଷ କରି ସାମାଜିକ ଦୂରତ୍ୱ ରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଥିବା ଯୋଗୁଁ ବିବାହ, ବ୍ରତ, ଜନ୍ମତ୍ସୋବ ପାଳନ ସହ ସାଧାରଣ ସଭା, ସମିତି ଇତ୍ୟାଦି ବନ୍ଦ ରହିଛି । ଏହାି ପ୍ରଭାବରେ ବହୁ ହୋଟେଲ, ଫାଷ୍ଟଫୁଡ଼୍‌, ରେଷ୍ଟୁରାଂଟ ଓ କଲ୍ୟାଣ ମଣ୍ଡପ ମାଲିକ ମାନେ ଦୁର୍ଦ୍ଦିନରେ ରହିଛନ୍ତି । କେବଳ ହୋଟେଲ ଓ କଲ୍ୟାଣମଣ୍ଡପର ମାଲିକ ମାନେ ନୁହଁନ୍ତି ସଂପୃକ୍ତ ହୋଟେଲ ଓ କଲ୍ୟାଣମଣ୍ଡପରେ କାର୍ଯ୍ୟ କରୁୂଥିବା ଶ୍ରମିକ ମାନେ ମଧ୍ୟ କୌଣସି ପ୍ରକାର କାମଧନ୍ଦା ନପାଇ ହାତବାନ୍ଧି ବସିଛନ୍ତି । ସଯେପରି ଏପରି ପରିସ୍ଥିତିରେ ସେମାନେ ସମସ୍ତେ ବେକାର । ମାଲିକ ମାନେ ମଧ୍ୟ ଏହି ପରିସ୍ଥିତିରେ ସେମାନଙ୍କ ନିକଟରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ପରିବାର ପ୍ରତିପୋଷଣ ପାଇଁ ଖର୍ଚ୍ଚପାଣି ଦୋବକୁ ରୋକଠୋକ ମନା କରୁଛନ୍ତି । ଫଳରେ ବହୁ ଆର୍ଥିକ ଅନଟନ ମଧ୍ୟରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ଦିନ କଟୁଛି । ଏପରିକି ବିବାହ, ବ୍ରତ ଓ ବିଭିନ୍ନ ଉତ୍ସବ ପାଳନ ପାଇଁ ଯେଉଁମାନେ କଲ୍ୟାଣମଣ୍ଡପ ମାଲିକ ମାନଙ୍କୁ ଅଗ୍ରୀମ ଟଙଘ୍‌କା ଦେଇଥିଲେ ବର୍ତମାନ ପରିସ୍ଥିତିରେ ଅଗ୍ରୀମ ଟଙ୍କା ଫେରାଇ ନେବାକୁ ଅଡ଼ି ବସିଥିବା ସ୍ଥାନୀୟ ଅଂଚଳର ବହୁ ହୋଟେଲ ଓ କଲ୍ୟାଣମଣ୍ଡପ ମାଲିକ କହିଛନ୍ତି । ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳରେ ୧୫ରୁ ଉର୍ଦ୍ଧ୍ୱ ବେସରକାରୀ କଲ୍ୟାଣ ମଣ୍ଡପ ରହିଛି । ସାଧାରଣତଃ ମାର୍ଚ୍ଚ ମାସ ଠାରୁ ଆରମ୍ଭ କରି ମେ ମାସ ମଧ୍ୟରେ ବହୁ ବିବାହ, ବ୍ରତ ଓ ଜନ୍ମତ୍ସୋବ ପାଳନ ଏବଂ ସାଧାରଣ ସଭା ସକାଶେ ବହୁ କଲ୍ୟାଣ ମଣ୍ଡପ ଭଡ଼ା ସୁତ୍ରରେ ଅଗ୍ରୀମ ବୁକିଂ କରାଯାଇଥିଲା । ଏଥି ସକାଶେ ବହୁ ବ୍ୟକ୍ତି ଭଡ଼ା ବାବଦକୁ ଅଗ୍ରୀମ କିଛି ଟଙ୍କା ମଧ୍ୟ ପ୍ରଦାନ କରିଥିଲେ । ହେଲେ କରୋନା ସତେ ଯେପରିକି ସବୁକିଛି ଓଲଟପାଲଟ କରିଦେଲା । ଲକଡ଼ାଉନ ଯୋଗୁଁ ପ୍ରାୟତଃ ସମସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଯାଇଛି । ଯେଉଁମାନେ ବି ଏଭଳି ପରିସ୍ଥିତିରେ ବିବାହ, ବ୍ରତ କାର୍ଯ୍ୟ ସମ୍ପାଦନ କରିଛନ୍ତି କେବଳ ନିଜ ପରିବାରର ସୀମିତ ସଦସ୍ୟଙ୍କ ମଧ୍ୟରେ ଘର ମଧ୍ୟରେ ହିଁ ପାଳନ କରିଥିବାର ଜଣାପଡ଼ିଛି । । ଯଦ୍ୱାରା ବହୁ ହୋଟେଲ ଓ କଲ୍ୟାଣ ମଣ୍ଡପ ମାଲିକ ମାନଙ୍କୁ ବହୁ କ୍ଷତିର ସମ୍ମୁୂଖୀନ ହେବାକୁ ପଡ଼ିଛି ବୋଲି ବହୁ ହୋଟେଲ ଓ କଲ୍ୟାଣ ମଣ୍ଡପ ମାଲିକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ